ଭୁବନେଶ୍ୱର : ଅଧିକ ଭାର ଯୋଗୁ ଅଧାରୁ ବନ୍ଦ ହୋଇଗଲା ଲିଫ୍ଟ । ଲିଫ୍ଟି ଭିତରେ ଫସିଥିବା ଗଣ ମାଧ୍ୟମ ପ୍ରତିନିଧି ଉଦ୍ଧାର ହେଲେ । ଆଜି ସମ୍ବାଦ ସଂଗ୍ରହ ପାଇଁ ଜଣେ ଗଣ ମାଧ୍ୟମ ପ୍ରତିନିଧି ଏମ୍ସ ଭୁବନେଶ୍ୱରକୁ ଆସିଥିଲେ । ଖବର ସଂଗ୍ରହ କରିସାରି ଲିଫ୍ଟ ସାହାର୍ଯ୍ୟରେ ଉପରୁ ତଳକୁ ଆସିବା ବେଳେ ଲିଫ୍ଟି ଆବଶ୍ୟକତା ଠାରୁ ଅଧିକ ଭାର ଯୋଗୁଁ ବନ୍ଦ ହୋଇଯାଇଥିଲା । ଖବର ପାଇ ତୁରନ୍ତ ଏମ୍ସ ଭୁବନେଶ୍ୱର ସୁରକ୍ଷା କର୍ମଚାରୀମାନେ ଦାୟିତ୍ୱପୂର୍ଣ୍ଣ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ଧାର କରିଛନ୍ତି ।
ଏହି ଘଟଣାରେ ଜଣେ ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମାନ୍ୟ ଆଘାତ ଲାଗିଥିଲା । ଲିଫ୍ଟରେ କେବଳ ଗଣମାଧ୍ୟ ବନ୍ଧୁମାନେ ହିଁ ଥିଲେ । ଏମ୍ସ ଭୁବନେଶ୍ୱର ପିଆର ସେଲ ମୁଖ୍ୟ ଅତିରିକ୍ତ ପ୍ରଫେସର ଡ ପ୍ରଭାସ ରଞ୍ଜନ ତ୍ରିପାଠୀ ଘଟଣା ସ୍ଥଳରେ ପହଁଞ୍ଚିଥିଲେ । ତେବେ ଲିଫ୍ଟ ବ୍ୟବହାର ବେଳେ ନିର୍ଧାରିତ କ୍ଷମତାଠାରୁ ଅଧିକ ବ୍ୟକ୍ତି ନଚଢିବାକୁ ତ୍ରିପାଠୀ ପରାମର୍ଶ ଦେଇଛନ୍ତି ।
Comments are closed.