ମୁମ୍ବାଇ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘’ଦ କାଶ୍ମୀର ଫାଇଲ୍ସ”କୁ ନେଇ ସବୁଠି ଚର୍ଚ୍ଚା । ଏହି ଫିଲ୍ମକୁ ଦେଖିବା ପରେ ଏହାକୁ ନେଇ ମୁହଁ ଖୋଲିଛନ୍ତି ମୁକେଶ ଖାନା । ଏହି ଫିଲ୍ମ ବିଷୟରେ ସେ ଅନୁପମ୍ ଖେର୍ , ମିଥୁୁନ୍ ଚକ୍ରବର୍ତ୍ତୀ ଏବଂ ଦର୍ଶନ ରାୱଲଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କରିଛନ୍ତି ।
ଏହି ଫିଲ୍ମକୁ ଏବେ ପ୍ରୋମୋଟ କରିବାରେ ପବ୍ଲିକ ଲାଗିଛନ୍ତି ବୋଲି ମୁକେଶ ଖାନ୍ନା କହିଛନ୍ତି ।ଆମ ବଲିଉଡ୍ ପୁରା ଚୁପ୍ ବସିଛି । ”ଦ କାଶ୍ମୀର ଫାଇଲ୍ସ” ଦେଖିବା ପରେ ବଲିଉଡକୁ ଟାର୍ଗଟ କରି ଏମିତି କହିଛନ୍ତି ମୁକେଶା ଖାନ୍ନା । ଏବେ ସୋସିଆଲ ମିଡିଆରେ ମୁକେଶ ଖାନ୍ନାଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି ।ଏହି ସମୟରେ ଥିଏଟରରୁ ବାହାରି ମୁକେଶ ଖାନ୍ନା କହିଛନ୍ତି ।
View this post on Instagram
ଫିଲ୍ମକୁ ପ୍ରମୋଶନ କରନ୍ତୁ .. ଯଦି ବଡ ବଡ ପ୍ରମୋଟର୍ସ ଫିଲ୍ମର ପ୍ରମୋସନ୍ କରୁନାହାନ୍ତି , ତେଣୁ ଜଣାପଡଡୁ ନି ଆମେ ଇଣ୍ଡଷ୍ଟିର ଲୋକମାନେ ନିଜକୁ କାହିଁକି ଭାରତ ଠାରୁ ଭିନ୍ନ ଭାବନ୍ତି ବୋଲି ମୁକେଶ ଖାନ୍ନା କହିଛନ୍ତି । ଯଦି ଆପଣ ଭାରତର ଲୋକଙ୍କ ଦୁଃଖ ବୁଝୁନାହାନ୍ତି ତେବେ ଆପଣ ଭାରତ ବାସିନ୍ଦା ନୁହନ୍ତି ।
ବଲିଉଡକୁ ମୁକେଶ ଖାନ୍ନା କହିଛନ୍ତି ଯଦି ଆପଣମାନେ ଫିଲ୍ମ ପ୍ରମୋସନ କରିବେନି , ଫିଲ୍ମକୁ ପବ୍ଲିକ୍ ପ୍ରମୋଟ କରିବେ । ସାଧାରଣ ଲୋକଙ୍କ ରିଭ୍ୟୁ ବର୍ତ୍ତମାନେ ଆସୁଛି ।ତେଣୁ ମୁଁ ଚାହୁଁ ଛି ପବ୍ଲିକ୍ ଏହି ମୁଭିର ପ୍ରମୋସନ କରନ୍ତୁ ।ଏହି ଫିଲ୍ମଟି ବ୍ଲକବଷ୍ଟଟର ହେଉ ବୋଲି ମୁକେଶ ଖାନ୍ନା କହିଛନ୍ତି।
Comments are closed.