ଇସଲାମାବାଦ: ବୈଷୟିକ ତ୍ରୁଟି କାରଣରୁ କାତାର ଏୟାରୱେଜର QR579 ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନ ଦିଲ୍ଲୀରୁ ଦୋହାକୁ ଯାଉଥିଲା ଯେଉଁଥିରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ। କାତାର ଏୟାରୱେଜ୍ କହିଛି ଯେ ବିମାନ ଉଡ଼ାଣ ସମୟରେ କାର୍ଗୋ ହୋଲ୍ଜରୁ ଧୂଆଁ ବାହାରିଥିଲା । ତେଣୁ ଜରୁରୀକାଳୀନ ପରିସ୍ଥିତି ଉପୁଜିଥିଲା। ତେଣୁ ଏହି ବିମାନ କରାଚିରେ ଜରୁରୀକାଳୀନ ଅବତରଣ କରିଥିଲା । ସେଠାରେ ବିମାନ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
କାତାର ଏୟାରୱେଜ୍ କହିଛି ଯେ ଏହି ଘଟଣାର ତଦନ୍ତ ଚାଲିଛି। ଯାତ୍ରୀମାନଙ୍କୁ ଦୋହାକୁ ନେବା ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରାଯିବ। ଏୟାରୱେଜ୍ ଏକ ବିବୃତ୍ତିରେ କହିଛି, “ଆମର ଯାତ୍ରୀମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ସମସ୍ତ ଯାତ୍ରୀଙ୍କୁ ସେମାନଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ସାହାଯ୍ୟ କରାଯିବ।”
Comments are closed.