Latest Odisha News

ପୌର ନିର୍ବାଚନ : ପ୍ରଚାର ମଇଦାନରେ ସାମ୍ବାଦିକ ପ୍ରାର୍ଥୀ

ସୁବର୍ଣ୍ଣପୁର  : ପୌର ନିର୍ବାଚନ ନେଇ ଜୋରସୋରରେ ପ୍ରସ୍ତୁତି ।ଏଥର ପ୍ରଚାର ମଇଦାନରେ ସାମ୍ବାଦିକ ପ୍ରାର୍ଥୀ ।ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ପ୍ରଚାର ।ସୁବର୍ଣ୍ଣପୁର ଜିଲ୍ଲା ସଦର ପୌର ପରିଷଦରେ ଏବେ ନିର୍ବାଚନ ମାହୋଲ ସରଗରମ ହୋଇ ଉଠିଛି । କଂଗ୍ରେସ ବିଜେପି ବିଜେଡି ଓ ସ୍ୱାଧିନ ପ୍ରାର୍ଥୀ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ଭୋଟରଙ୍କୁ ନାନା ପ୍ରତିଶ୍ରୁତି ଦେଉଛନ୍ତି ।

୧୪ ନମ୍ବର ୱାର୍ଡରେ ସାମ୍ବାଦିକ ଶୋଭା ପ୍ରକାଶ ମିଶ୍ରଙ୍କୁ ବିଜେଡି ଦଳ ପକ୍ଷରୁ ଟିକେଟ ମିଳିଛି । ସେ ମୁଖ୍ୟମନ୍ତ୍ରୀଙ୍କ ଜନହିତ କର ଯୋଜନାକୁ ଆଧାର କରି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ସେପଟେ ଚଳିତ ଥର ପୌର ଅଧ୍ୟକ୍ଷ ଆସନରେ ସିଧା ସଳଖ ଭୋଟ ଗ୍ରହଣ ହେଉଥିବାରୁ ବିଜେଡି ଦଳର ପ୍ରାର୍ଥୀନୀଙ୍କ ପାଇଁ ସ୍ଥାନୀୟ ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.