ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଓ ଦି କେରଳ ଷ୍ଟୋରି ଫିଲ୍ମ ପରେ ବିବାଦୀୟ ସ୍ୱାଧିନତା ସଂଗ୍ରାମୀ ବିନାୟକ ଦାମୋଦର ସାୱରକରଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମିତ ହେବାକୁ ଯାଉଛି । ଫିଲ୍ମର ନାମ ସ୍ୱତନ୍ତ୍ର ବୀର ସାୱରକର ରଖାଯାଇଛି । ରଣଦୀପ ହୁଡ୍ଡା ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ସନ୍ଦୀପ ସିଂ ଫିଲ୍ମକୁ ପ୍ରଡ୍ୟୁସ କରୁଥିବା ବେଳେ ମହେଶ ମଂଜ୍ରେକର ନିର୍ଦ୍ଦେଶନା ଦେବେ । ଏହାର ଶୁଟିଂ ଜୁନ ୨୦୨୨ରୁ ଆରମ୍ଭ ହେବ ।
ସାୱରକରଙ୍କ ଭୂମିକା କରିବା ନେଇ ମୁଁ ବେଶ ଉତ୍ସାହିତ ଅଛି ବୋଲି ରଣଦୀପ କହିଛନ୍ତି । ରାଜନୈତିକ ସ୍ୱାର୍ଥ ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସର୍ବଦା ସାୱରକରଙ୍କୁ ଅଲୋଡା ନାୟକ କରି ରଖି ଦେଇଛନ୍ତି । ତାଙ୍କ ଜୀବନ ଗାଥା ପରଦାକୁ ଆସିଲେ ଲୋକେ ତାଙ୍କ ବିଷୟରେ ପ୍ରକୃତ ତଥ୍ୟ ଜାଣିପାରିବେ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।
Comments are closed.