Latest Odisha News

BREAKING NEWS

Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ନିଜ ସାନ ଝିଅର ନାଁ ଘୋଷଣା କରିଛନ୍ତି। ଝିଅର ନାମ ରଖିଛନ୍ତି ‘ଦେବୀ ପାଦୁକୋନ୍‌ ସିଂହ’। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ୍‌ ମିଡିଆରେ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ଦୀପିକା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସୁନ୍ଦର ପାରିବାରିକ ଫଟୋ ସେୟାର କରି ଝିଅର ନାମ ଜଣାଇଛନ୍ତି। ଫଟୋରେ ଦୀପିକା ନବଜାତ ଶିଶୁକୁ କୋଳରେ ଧରିଥିବା ବେଳେ ରଣବୀର ହସୁଥିବାର ନଜର ଆସିଛନ୍ତି। ବଡ଼ ଝିଅ ଦୁଆ ମଧ୍ୟ ନିଜ ସାନ ଭଉଣୀକୁ ସ୍ନେହରେ ଚୁମ୍ବନ ଦେଉଥିବା ଦେଖାଯାଇଛି। ପରିବାରର ସମସ୍ତେ କ୍ରିମ୍‌ ଓ ସୁନେଲି ରଙ୍ଗର ପାରମ୍ପରିକ ପୋଷାକ ପିନ୍ଧିଛନ୍ତି।

କ’ଣ ରହିଛି ‘ଦେବୀ’ ନାମର ଆଧ୍ୟାତ୍ମିକ ମହତ୍ତ୍ୱ?

ସଂସ୍କୃତ ଭାଷାରୁ ଆସିଥିବା ‘ଦେବୀ’ ଶବ୍ଦର ଅର୍ଥ ହେଉଛି ଦେବୀ ବା ଦିବ୍ୟ ନାରୀଶକ୍ତି। ହିନ୍ଦୁ ଧର୍ମରେ ଦେବୀଙ୍କୁ ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ ଓ ପାର୍ବତୀଙ୍କ ବିଭିନ୍ନ ରୂପରେ ପୂଜା କରାଯାଏ। ଏହି ନାମ ଶକ୍ତି, ସାହସ, କରୁଣା ଓ ମହିଳାଙ୍କ ଦିବ୍ୟତାର ପ୍ରତୀକ।

ତେବେ ସେପ୍ଟେମ୍ବର ୧୯, ୨୦୨୬ ଦୁର୍ଗା ନବମୀରେ ଦୀପିକା ଓ ରଣବୀର ଦ୍ୱିତୀୟ କନ୍ୟା ସନ୍ତାନର ମାତାପିତା ହୋଇଥିଲେ। ଏହା ପୂର୍ବରୁ ୨୦୨୪ ସେପ୍ଟେମ୍ବରରେ ସେମାନଙ୍କ ବଡ଼ ଝିଅ ଦୁଆ ଜନ୍ମ ନେଇଥିଲେ। ନଭେମ୍ବର ୨୦୨୪ରେ ଦୀପାବଳି ଅବସରରେ ଦମ୍ପତି ବଡ଼ ଝିଅର ନାମ ଘୋଷଣା କରିଥିଲେ। ‘ଦୁଆ’ର ଅର୍ଥ ହେଉଛି ପ୍ରାର୍ଥନା। ଦୀପିକା କହିଥିଲେ, ତାଙ୍କ ଝିଅ ହେଉଛନ୍ତି ସେମାନଙ୍କ ପ୍ରାର୍ଥନାର ଉତ୍ତର।

Leave A Reply

Your email address will not be published.