ଭୁବନେଶ୍ୱର: ୨୦୨୨-୨୩ରେ ବଢିବନି ବିଦ୍ୟୁତ ଦର । ଡିଜିଟାଲରେ ବିଲ୍ ମେମେଣ୍ଟ କଲେ ୩ ପ୍ରତିଶତ ମିଳିବ ହିତାଧିକାରୀଙ୍କୁ ରିହାତି । ଏନେଇ ଆଜି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ପୂର୍ବବର୍ଷ ଭଳି ‘୦’ ଶୂନରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩ ଟଙ୍କା ରହିବ । ୫୦ରୁ ୨୦୦ ୟୁନିଟ ଯାଏ ଦର ୪ଟଙ୍କା ୮୦ ପଇସା ରହିବ । ୨୦୦ରୁ ୪୦୦ ୟୁନିଟ୍ ଯାଏ ୫ ଟଙ୍କା ୮୦ ପଇସା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ଦର ୬ ଟଙ୍କା ୨୦ ପଇସା ରହିବ ।
ସେହିପରି ଉପଭୋକ୍ତାଙ୍କ ପାଇଁ ମଧ୍ୟ ରିହାତି ଘୋଷଣା କରିଛନ୍ତି କମିଶନର । ଯଦି ଉପଭୋକ୍ତା ଡିଜିଟାଲରେ ବିଲ ପୈଠ କରନ୍ତି ତେବେ ତାଙ୍କୁ ୩ ପ୍ରତିଶତ ରିହାତି ମିଳିବ । ଗ୍ରାମଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୧୦ ପଇସା ରିହାତି ମିଳିବ । କୃଷି କ୍ଷେତ୍ର ପାଇଁ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ଟଙ୍କା ଓ ବିଦ୍ୟୁତ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଟାରିଫ ରିହାତି ଧାର୍ଯ୍ୟ କରିଛନ୍ତି କମିଶନ ।
ଗତ ୬ମାସ ବ୍ୟବଧାନରେ ୨ଥର ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଓଆରସିଙ୍କ ପାଖରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନକରିବାକୁ ଆବେଦନ କରାଯାଇଥିଲା ।
Comments are closed.