Latest Odisha News

ଶୋଚନୀୟ ପରାଜୟ ପରେ କଂଗ୍ରେସର ବଡ ନିଷ୍ପତ୍ତି, ଟିଭି ପରଦାକୁ ଯିବେ ନାହିଁ ଦଳୀୟ ମୁଖପାତ୍ର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । ଏପରିକି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ଅସ୍ୱିକାର କରିବା ନେଇ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧ମାସ ଯାଏଁ କଂଗ୍ରେସ ଟିଭି ପରଦା ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବ ବୋଲି ଦଳ ପକ୍ଷରୁ ଏକ ବଡ ନିଷ୍ପତ୍ତି ଘୋଷଣା କରିଛି ।

ତେଣୁକରି ନ୍ୟୁଜ ଚ୍ୟାନେଲର ଡିବେଟକୁ କୌଣସି କଂଗ୍ରେସ ମୁଖପାତ୍ର ଯିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା ଟ୍ୱିଟ୍ କରିଛନ୍ତି ।

“ଆଗାମୀ ଏକ ମାସ ଯାଏଁ ଟିଭି ଡିବେଟରେ କଂଗ୍ରେସର କୌଣସି ପ୍ରବକ୍ତା ଯିବେ ନାହିଁ ଜ୍ଝ ତେଣୁ ସମସ୍ତ ନ୍ୟୁଜ ଚ୍ୟାନେଲ ସମ୍ପାଦକଙ୍କୁ ଅନୁରୋଧ କରାଯାଉଛି କୌଣସି କାର‌୍ୟ୍ୟକ୍ରମ ପାଇଁ କଂଗ୍ରେସ ମୁଖପାତ୍ରଙ୍କୁ ଡକାନଯାଉ” । ତେବେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପକ୍ଷରୁ ସମସ୍ତ ମୁଖପାତ୍ରଙ୍କୁ ନ୍ୟୁଜ ବିତର୍କ କାର୍ଯ୍ୟକ୍ରମକୁ ଯିବା ପାଇଁ ବାରଣ କରାଯାଇଥିବା ନେଇ ସୂର୍ଯ୍ୟେୱାଲା ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.