Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୮ )

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୮ 

 

ଏଥର ଫୁଲ୍ ପ୍ଳିଜେଣ୍ଟ୍ ଟାଇମ୍ କଟିଲା । ଠିକ୍ ନା ବିଭୁ?

ଇଏସ୍ ଆଲିଆ । ଇଟ୍ ୱାଜ ଏ ମେମୋରିବଲ୍ ଟାଇମ୍ ଫର୍‌ ଅସ୍ ।

ଏ ଦିନ ମାନଙ୍କରେ ବୈଭବ କୌଣସି କଥା ମୁଣ୍ଡକୁ ନେଇନାହିଁ । ଡ଼୍ରିଙ୍କସ୍ ଓ ଆଲିଆ ଭିତରେ ନିଜକୁ ବୁଡେଇ ଦେଇଛି । ଦର୍କାର ଥିଲା ବି । ଗଲା କିଛି ବର୍ଷ ହେଲା ସେ ନିର୍ଧୁମ ଖଟିଛି । ଅବଶ୍ୟ ଏନ୍‌ଜଏ ବି କରିଛି । ତା’କୁ ଲଙ୍ଗ ବ୍ରେକ ନେବାର ଥିଲା । ବଡି ରିଲାକ୍ସ ମାଗୁଥିଲା । ଯେଉଁଟା ଇଣ୍ଡିଆରେ ଥିଲେ ଅସମ୍ଭବ । ଦୁଇଚାରି ଦିନ ବି, ତ୍ରାହି ମିଳିବା ମୁସ୍‌କିଲ୍ । ସେସବୁକୁ ଟିକେ ଇଗ୍ନୋର୍ କରି ପାରିଲେ ହିଁ ସମ୍ଭବ । ଅବଶ୍ୟ ଦାୟିତ୍ୱ ତୁଲେଇବାକୁ ତ’ ଅନ୍ୟମାନଙ୍କୁ ଛାଡି ଆସିଛି । କରନ୍ତୁ । ଦରମା ନେଇନାହାନ୍ତି କି ? ଟିକେ ଏଡ଼ଜଷ୍ଟ କଲେ କ୍ଷତି କ’ଣ?

ବିଜନେସ୍ ସେ ବଢେଇଛିା ଏନ୍‌ଜଏ କରିବାର ହକ୍ ଶହେ ପର୍ ସେଣ୍ଟ ତା’ର । ଲାଇଫ୍‌ରେ ଯାହା ଚାହିଁଛି, ପାଇଛି । ଆଗକୁ ବି ପାଇବ ।

ଆରାଧ୍ୟା ପରି ଦିବ୍ୟସୁନ୍ଦରୀ ଝିଅକୁ’ ମ୍ୟାରେଜ୍ କରିଛି । ସେ ତା’କୁ ପାଇ ଖୁବ୍ ଖୁସି । କିନ୍ତୁ ଆରାଧ୍ୟା ଟିକେ ମର୍ଡନ୍ ଟାଇପ୍‌ର ନୁହଁ । ସେ ଗୋଟେ ସୀମିତ ପରିଧି ଭିତରେ ନିଜକୁ ବାନ୍ଧି ରଖିବାକୁ ଭଲପାଏ । ଯଦିଓ ସ୍ତ୍ରୀ ହିସାବରେ ସେ ବହୁତ କ୍ୟାରିଙ୍ଗ । ସବୁ ଦୃଷ୍ଟିରୁ ଭଲ । ହେଲେବି, ତା’ ପାଖରେ ସେ’ ମଜା ନାହିଁ । ସେକ୍ସ ଅପିଲ୍ ତା’କୁ ଜଣା ନାହିଁ । ବେଡ଼ରେ ଜମାରୁ ଡୋମିନେଟିଙ୍ଗ୍ ନୁହଁ । ଉତ୍ତେଜିତ ଦେହକୁ ନିଆଁ ଧରେଇ ଜାଳିଦେବାର କୌଶଳ ତା’କୁ ମାଲୁମ୍ ନାହିଁ । ଏ ସବୁ କ’ଣ କିଏ କାହାକୁ ହାତ ଧରେଇ ଶିଖେଇବ?

ସେ ନିଜକୁ ସମର୍ପିତ କରିପାରେ । ହଜାରେ ଆବେଗ ଓ ଭାବପ୍ରବଣତା ଖୁନ୍ଦି ରଖେ ନିଜ ଭିତରେ । ଅଭିଯୋଗଠାରୁ ଅଭିମାନ ମାତ୍ରଟା ତା’ ପାଖରେ ବେଶୀ । ସେ ଖୁବ୍ ସୁନ୍ଦର । ସେୟାକୁ ଦେଖି ତ’ ସେ ତା’କୁ ଚଏସ୍ କରିଥିଲା ।

 

କ୍ରମଶଃ

Comments are closed.