Latest Odisha News

BREAKING NEWS

ନନ୍ଦନକାନନରେ ଜନ୍ମ ନେଲା ନୀଳଗିରି ଲାଙ୍ଗୁର ଶାବକ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଅଣ୍ଡିରା ନୀଳଗିରି ଲାଙ୍ଗୁର (ଏସିଆର ଲମ୍ବା ଲାଙ୍ଗୁଳ ବିଶିଷ୍ଟ ମାଙ୍କଡ)ର ମୃତ୍ୟୁ ପରେ ଶନିବାର ଦିନ ଏଠାରେ ଗୋଟିଏ ଛୋଟ ଲାଙ୍ଗୁର ଶାବକ ଜନ୍ମ ହୋଇଛି ।

ଚିଡିଆଖାନାରେ ଶୁକ୍ରବାର ଦିନ ମୃତ୍ୟୁବରଣ କରିଥିବା ରୋଗଗ୍ରସ୍ତ ନୀଳଗିରି ଲାଙ୍ଗୁରର ଔରସରୁ ଏହି ଶାବକର ଜନ୍ମ ବୋଲି ନନ୍ଦନକାନନ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ଏକ ମାଈ ନୀଳଗିରି ଲାଙ୍ଗୁର ଆଜି ୫୫ନଂ ଏନକ୍ଲୋଜରରେ ଗୋଟିଏ ଶାବକ ଜନ୍ମ ଦେଇଛି । ଉଭୟ ମା’ ଓ ଶାବକ ସୁସ୍ଥ ଥିବା ନେଇ ଜଣାପଡିଛି ।

ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିକଟ ଅତୀତରେ ବିଲୁପ୍ତ ପ୍ରାୟ ଏକମାତ୍ର ଔରାଙ୍ଗଟାନର ମୃତ୍ୟୁ ପରେପରେ ଏକ ଅଣ୍ଡିରା ନୀଳଗିରି ଲାଙ୍ଗୁର ମଧ୍ୟ ମୃତ୍ୟୁ ଘଟିଥିଲା ।

କିଛି ଦିନ ପୂର୍ବରୁ ଏହି ୧୭ ବର୍ଷୀୟ ମାଙ୍କଡଟି଼ କୌଣସି କାରଣରୁ ଝାଡ଼ାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ଥିଲା। ପରେ ଚିଡିଆଖାନା ଚିକିତ୍ସାଳୟର ଆଇସିୟୁ ୱାଡରେ ତା’କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଉନ୍ନତି ପରିଲିକ୍ଷିତ ହେଉଥିବାବେଳେ ଦୁର୍ଭାଗ୍ୟବଶତଃ ତା’ର ମୃତ୍ୟୁ ଘଟିଥିଲା ବୋଲି ପ୍ରାଣୀଉଦ୍ୟାନ ସୁତ୍ରରୁ ପ୍ରକାଶ ।

୨୦୧୭ ମସିହା ସେପ୍ଟେମ୍ବର ୨୬ ତାରିଖରେ ଚେନ୍ନାଇର ଅରିଗନଗରର ଆନ୍ନା ଚିଡ଼ିଆଖାନାରୁ ଏହି ମାଙ୍କଡ଼ଟି ନନ୍ଦନକାନକୁ ଅଣାଯାଇଥିଲା ।

Leave A Reply

Your email address will not be published.