Latest Odisha News

ଚକୋ ଚିପ୍ସ ବଦଳରେ ପିମ୍ପୁଡ଼ି ଚିପ୍ସ ବିସ୍କୁଟ ଖାଇଦେଲେ ତରୁଣୀ

ନେଟିଜେନ କହିଲେ; ଅଧିକା ପ୍ରୋଟିନ୍, ଭଲ ଲାଗିବ ଆଉ ଟିକିଏ ଖାଅ

ଭୁବନେଶ୍ୱର: ମିଠା ବିସ୍କୁଟ ଆଉ କୁକିସ୍ ପ୍ରାୟ ଲୋକ ପସନ୍ଦ କରନ୍ତି । ଚକୋ ଚିପ୍ସ ନହେଲେ ଚିନି, ଡ୍ରାଏ ଫ୍ରୁଟ୍ ସିଡ୍ସ କୁକିସ ଆଉ ବିସ୍କୁଟର ମଜା ତ ପୂରା ନିଆରା । ଏମିତି ବିସ୍କୁଟର ବି କିଛି ତିକ୍ତ ଅନୁଭୂତି ସଭିଙ୍କର ଥିବ ନିଶ୍ଚୟ । ବେଳେବେଳେ କେହି କେବେ ସିପା କିମ୍ବା ଫିମ୍ପି ମାରିଯାଇଥିବା ବିସ୍କୁଟ ଖାଇ ଦେଇଥିବେ । ଖୋଲାରେ ରଖିଲେ ସେମିତି ହୋଇଯାଏ ।

ହେଲେ କେବେ ଭାବିଛନ୍ତି, ପ୍ୟାକେଟ୍ ବିସ୍କୁଟରୁ ଚକୋ ଚିପ୍ସ ବଦଳରେ ଯଦି ପିମ୍ପୁଡ଼ି ବାହାରିବ । ଯେମିତି ବିସ୍କୁଟ ସାରା ଚକୋ ଚିପ୍ସ ଭର୍ତ୍ତି ଥାଏ । ଠିକ୍ ସେହିଭଳି ପୁରା ବିସ୍କୁଟରେ ଖାଲି ପିମ୍ପୁଡ଼ି ଚିପ୍ସ ଭର୍ତ୍ତି ଥିବ ।
ହଁ, ଏମିତି ହେଇଛି ଜଣେ ତରୁଣୀଙ୍କ କ୍ଷେତ୍ରରେ । ଇନଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ।

ପ୍ୟାକେଟରୁ ଦୁଇ ପଟ ବିସ୍କୁଟ ଖାଇବା ପରେ, ସେ ଜାଣିପାରିଲେ ଚକୋ ଚିପ୍ସ ଜାଗାରେ ପିମ୍ପୁଡ଼ି ଚିପ୍ସ ଅଛି । ସେ ନିଜେ ଏହି ଭିଡିଓ କରିଛନ୍ତି ।
ତରୁଣୀ ଜଣକ ଲୁହ ନ ଝରେଇ କାନ୍ଦୁଥିବାର ଦେଖିବାକୁ ମିଳିଛି । ଭିଡିଓଟିରେ ଲେଖିଛନ୍ତି, ‘ମୁଁ ଭାବିଲି ସିଡ୍ସ ବୋଲି, ପୂର୍ବରୁ ଦୁଇ ପଟ ଖାଇ ସାରିଛି । ’

 

View this post on Instagram

 

A post shared by BROTHER (@brotherhq)

@brotherhqରୁ ସେୟାର ହୋଇଥିବା ଭିଡିଓଟିକୁ ପ୍ରାୟ ଦେଢ଼ ଲକ୍ଷ ଲୋକ ପସନ୍ଦ କରିଛନ୍ତି । ତେବେ ଭିଡିଓରେ ଅନକେ ମଜାଳିଆ କମେଣ୍ଟ ଆସିଛି । କିଛି ନେଟିଜେନ୍ ଲେଖିଛନ୍ତି, ‘ଏହା ଆଉ ଟିକିଏ ପ୍ରୋଟିନ୍ । ଅନେକ ସମ୍ପ୍ରଦାୟ ପିମ୍ପୁଡ଼ି ଖାଆନ୍ତି ଆଉ ଏହା ସ୍ୱାଦିଷ୍ଟ, ସେମାନେ କାମୁଡ଼ିବେନି ତମେ ଖାଇ ଦିଅ । ଆଉ ଜଣେ ଲେଖିଛନ୍ତି, ମୁଁ ଭାବିଥିଲି ଏଇଟା ମୂଷା ମଳ। ’

Leave A Reply

Your email address will not be published.