Latest Odisha News

BREAKING NEWS

ନୀତିଶଙ୍କ ସଭାସ୍ଥଳୀରୁ ୧୫ ଫୁଟ ଦୂରରେ ବଡ ଧରଣର ବିସ୍ଫୋରଣ

ନାଳନ୍ଦା:ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଅଳ୍ପକେ ଏକ ବଡ ବିସ୍ଫୋଣରରୁ ବର୍ତି ଯାଇଛନ୍ତି । ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଯାଇଥିଲେ । ସେଠାରେ ସେ ସଭାସ୍ଥଳୀରେ ବସିଥିବା ବେଳେ ଏହାଠାରୁ ୧୫ ଫୁଟ ଦୂରତାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା । ପ୍ରାରମ୍ଭିକ ତଦନ୍ତରେ ଏହାକୁ ଏକ ବଡ ବାଣର ବିସ୍ଫୋରଣ ବୋଲି କୁହାଯାଇଛି ।

ବିସ୍ଫୋରଣ ଘଟିବା ପରେ ଲୋକମାନେ ଭୟରେ ଦୌଡାଦୌଡି କରିଥିଲେ । ନିକଟରେ ଥିବା ଗାନ୍ଧୀ ହାଇସ୍କୁଲରେ ଏହି ବାଣ କିଏ ଜଣେ ଫୁଟାଇଥିଲା । ପୋଲିସ ଏହି ଘଟଣାରେ ପଚରାଉଚରା ପାଇଁ ଜଣଙ୍କୁ ଅଟକ ରଖିଛି । ନୀତିଶ କୁମାର ଗତକାଲି ପାୱାପରୀ ଯିବା ପରେ ଆଜି ସିଲାବରେ ପଂହଚିଥିଲେ । ବୁଧବାର ସେ ରାଜଗିରି ଗସ୍ତରେ ଯିବେ ।

Leave A Reply

Your email address will not be published.