ଗୋଧିକୁ ଗଣଦୁଷ୍କର୍ମ; ତିନି ଅଭିଯୁକ୍ତ ଗିରଫ
ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଥିଲା ଦୁଷ୍କର୍ମର ଭିଡିଓ । ଜଙ୍ଗଲକୁ ଶିକାର କରିବାକୁ ଆସି ଗୋଧିକୁ ଦୁଷ୍କର୍ମ କରିଥିଲେ ତିନି ଅଭିଯୁକ୍ତ
ଭୁବନେଶ୍ୱର: ଯୌନ ଉତ୍ତେଜନାର ସୀମା ପାର କରିଗଲା ମଣିଷ । ଶେଷରେ ଗୋଧିକୁ କଲା ଦୁଷ୍କର୍ମ । ପୂର୍ବରୁ ଏମିତି କିଛି ଦୁଷ୍କର୍ମ ଜନିତ ବିକୃତ ଖବର ଆସିଛି । ଯାହା ମାନସିକ ସ୍ଥିତି ବିଗାଡ଼ିଦିଏ । ଯେଉଁଥରେ ଆପଣ ଶିଶୁ, ବୃଦ୍ଧା, ସଂପର୍କୀୟ ଓ ପରିବାର ସଦସ୍ୟଙ୍କ ସହ ଦୁଷ୍କର୍ମର ଖବର ଶୁଣିଥିବେ ।
ହେଲେ ଗୋଧି ଦୁଷ୍କର୍ମର ଶିକାର ହେବା କଥା ଏ ଦୁନିଆ ପାଇଁ ସଂପୂର୍ଣ୍ଣ ନୂଆ ଏବଂ ଅଜବ । ମହାରାଷ୍ଟ୍ରର ସହ୍ୟଦାରି ବ୍ୟାଘ୍ର ଅଭୟାରଣ୍ୟରେ ଏଭଳି ଅଘଟଣ ଘଟିଛି । ଅଭୟାରଣ୍ୟ ଭିତରେ ଅବସ୍ଥିତ ଗୋଥେନ ଗାଁ ନିକଟ ଘଟଣା । ତିନ ଜଣ ଶିକାରୀ ସାଙ୍ଗଲୀ ଜଙ୍ଗଲ ଭିତରକୁ ଶିକାର ପାଇଁ ପଶିଥିଲେ ।
ଜଙ୍ଗଲରେ ଲାଗିଥିବା ସିସିଟିଭି କ୍ୟାମେରାରୁ ବନ କର୍ମଚାରୀ ତାଙ୍କର ପିଛା କରିଥିଲେ । ସେମାନଙ୍କ ନିକଟରେ ବନ୍ଧୁକ ଥିବା ଦେଖି ଏକ ସକ୍ରିୟ ଖୋଜାଖୋଜି ବନ ବିଭାଗ ପକ୍ଷରୁ ହୋଇଥିଲା । ଖୁବ୍ କମ୍ ସମୟରେ ମଧ୍ୟ ସେମାନେ ଧରାପଡ଼ିଥିଲେ । ସେ ପର୍ଯ୍ୟନ୍ତ ଗୋଧିକୁ ଦୁଷ୍କର୍ମ ଖବରର କିଛି ଆଭାସ ମଧ୍ୟ ନଥିଲା ବନ ବିଭାଗ ନିକଟରେ ।
ଯେତେବେଳେ, ସେମାନଙ୍କ ମୋବାଇଲ ଫୋନ ଚେକ୍ କରାଗଲା, ଏହି ଘୃଣ୍ୟ ଏବଂ ଅସହ୍ୟ ସତଟି ପଦାକୁ ଆସିଲା । ଗିରଫ ତିନି ଜଣଙ୍କ ଭିତରୁ ଜଣଙ୍କ ଫୋନରେ ଗୋଧିକୁ ଦୁଷ୍କର୍ମର ଭିଡିଓ ରହିଥିଲା । ତେବେ ଜଣେ ନୁହେଁ, ତିିନି ଜଣ ମିଶି ଗୋଧିକୁ ଦୁଷ୍କର୍ମ କରିଥିଲେ । ପରେ ବନ ବିଭାଗ ସେମାନଙ୍କୁ ଗିରଫ କରିଥିଲା ।
ଘଟଣାଟି ୩୧ ମାର୍ଚ୍ଚର ହୋଇଥିବା ବେଳେ, ଖବର ବହୁତ ଡେରିରେ ଜଣାପଡ଼ିଛି । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି- ସନ୍ଦୀପ ତୁକରାମ, ପୱର ମଙ୍ଗେଶ ଏବଂ ଜନାର୍ଦ୍ଦନ କମତେକର । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡ଼ିଛି । ବିଭିନ୍ନ ବନ୍ୟପ୍ରାଣୀ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯାଉଛି, କିଭଳି ଏଭଳି ଘୃଣ୍ୟ ପାପୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ବନ୍ୟପ୍ରାଣୀ ସୁରକ୍ଷା ଆକ୍ଟ-୧୯୭୨ ଅନୁଯାୟୀ ଗୋଧି ସଂରକ୍ଷିତ ସରୀଶୃପ । ଏହି ମାମଲାରେ ଦୋଷୀଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ ।
Comments are closed.