Latest Odisha News

BREAKING NEWS

କାର୍ଡିଲିୟା କ୍ରୁଜ ଡ୍ରଗ୍ସ କେସ: ସସପେଣ୍ଡ ହେଲେ ୨ ଏନସିବି ଅଧିକାରୀ

ମୁମ୍ବାଇ: କାର୍ଡିଲିୟା କ୍ରୁଜ ଡ୍ରଗ୍ସ କେସରେ ଏନସିବି ବୁଧବାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଅଧିକାରୀଙ୍କୁ ସସପେଣ୍ଡ କରିଛି । ଏମାନେ ହେଲେ ମୁଖ୍ୟ ଯାଂଚ ଅଧିକାରୀ ସୁପରିଟେଡେଂଟ ବିବି ସିଂ ଓ ଇଂଟେଲିଜେନ୍ସ ଅଫିସର ଆଶୀଷ ରଂଜନ ପ୍ରସାଦ । କେସ ତଦନ୍ତରେ ଦାୟିତ୍ୱହୀନତା ଏବଂ ଭୂଲ ତଥ୍ୟ ଦେଇଥିବା ଅଭିଯୋଗ ଆସିଥିଲା । ୨ ଅକ୍ଟୋବର ୨୦୨୧ ଏନିସିବି ଏହି ଡ୍ରଗ୍ସ କେସରେ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କ ସମେତ ୧୯ଜଣଙ୍କୁ ଗିରଫ କରିଥିଲା । ୨୬ ଦିନ ପରେ ଆର୍ଯ୍ୟନ ଏବେ ଜାମିନରେ ଅଛନ୍ତି ।

ଏହି କେସ ତଦନ୍ତରେ ବିବାଦୀୟ ପରିସ୍ଥିତି ଉପୁଜିବାରୁ ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡଙ୍କୁ ଡିଆରଆଇକୁ ପଠାଇ ଦିଆଯାଇଥିଲା । ଏନସିବି ଏହି ମାମଲାରେ ଚାର୍ଜଶିଟ ଦାଖଲ କରି ସାରିଛି । ଯାଂଚ ଅଧିକାରୀ ହଟିଲେ କେସ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ।

Leave A Reply

Your email address will not be published.