Latest Odisha News

BREAKING NEWS

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ, ୭୨.୩୩% ଉତ୍ତୀର୍ଣ୍ଣ

ଭୁବନେଶ୍ୱର : ବାର୍ଷିକ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳ ସୋମବାର ଦିନ ପ୍ରକାଶ ପାଇଛି ।

ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳାଫଳ ଘୋଷଣା କରିବା ସହିତ ଚଳିତ ବର୍ଷ ମୋଟ୍ ୭୨.୩୩% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ।

ଚଳିତ ବର୍ଷ +୨ ବିଜ୍ଞାନରେ ପାସ୍ ହାର ୭୨.୩୩% ରହିଛି, ଯାହା ଗତ ବର୍ଷ ତୁଳନାରେ ୪.୬୫% କମ୍।

ଏଥର ୯୭, ୭୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନରେ ପରୀକ୍ଷା ଦେଇଥିବା ବେଳେ ୭୦, ୭୦୬ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୦, ୮୦୬ (୨୯.୪୨%) ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ (୩୩.୮୧%) ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨୫, ୩୬୦ (୩୫.୮୭%) ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି, ପରୀକ୍ଷା ଦେଇଥିବା ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ଜଣ ଛାତ୍ରଛାତ୍ରୀ ୯୦% ବା ତା’ଠୁ ଅଧିକ ନମ୍ବର ରଖିଛନ୍ତି। ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪୦, ୦୫୮ ଛାତ୍ର ଥିବା ବେଳେ ୩୦, ୬୪୮ ଛାତ୍ରୀ ଅଛନ୍ତି।

ଅପରପକ୍ଷରେ ଜିଲ୍ଲା ସ୍ତରରେ ଦେଖିବାକୁ ଗଲେ ବାଲେଶ୍ୱରର ପାସ୍ ହାର ସର୍ବାଧିକ ୮୬.୫୬% ରହିଥିବା ବେଳେ ଗଜପତିରେ ଏହା ସର୍ବନିମ୍ନ ୩୬.୨୦% ରହିଛି।

ପ୍ରାୟ ୨୯ଟି କଲେଜରେ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୯ଟି କଲେଜରେ କୌଣସି ପାସହାର ଶୂନ୍ୟ । ଏସମ୍ପର୍କରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, “ପାସହାର ଶୂନ୍ୟ ରହିଥିବା କଲେଜ ଗୁଡ଼ିକରେ କାହିଁକି ଜଣେ ହେଲେ ବି ପରୀକ୍ଷାର୍ଥୀ ପାସ୍ କରି ପାରିଲେନି, ସେନେଇ ଅନୁଧ୍ୟାନ କରାଯିବ। ଆବଶ୍ୟକସ୍ଥଳେ ଦୃଢ କାର‌୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ”।

ଏହି ପରିପ୍ରେକ୍ଷୀରେ ସିଏଚଏସଇର ଚେୟାରପର୍ସନ ଅମରେନ୍ଦ୍ର ପଟ୍ଟନାୟକ ଓ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ସାମିଲ ରହଇଥିଲେ ।

ପରୀକ୍ଷାର୍ଥୀମାନେ www.chseodisha.nic.in ଏବଂ http://orissaresults.nic.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ।

Leave A Reply

Your email address will not be published.