Latest Odisha News

ଦୃଷ୍ଟିହୀନଙ୍କ ପାଇଁ ଦେଶର ପ୍ରଥମ ଡିଜିଟାଲ ରେଡିଓ ‘ଅକ୍ଷ’

ଭୁବନେଶ୍ୱର: ଦୃଷ୍ଟିହୀନଙ୍କ ନିକଟରେ ସବୁ ବେଳେ ବ୍ରେଲି ଏବଂ ଅଡିଓବୁକ୍ ମିଳୁନି । ଯାହା ସେମାନଙ୍କ ପାଠ ପଢ଼ାରେ ବାଧକ ବନୁଛି । ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ ପାଠ ପଢ଼ିବାର ଦୁଇଟି ହିଁ ମାଧ୍ୟମ ଥିଲା । କୋଭିଡ ସମୟରେ ବ୍ରେଲି ଓ ଅଡିଓ ବୁକ୍ ର ଉପଲବ୍ଧତା କମିଯିବାରୁ ଦୃଷ୍ଟିହୀନଙ୍କ ପାଇଁ ଏକ ବଡ଼ ସମସ୍ୟା ଜମିଥିଲା । କିନ୍ତୁୁ ନାଗପୁରର ଏକ ସଂସ୍ଥା ଏହି ଦୁଃଖ ଦୂର କରିପାରିଛି ।

ଦେଶର ପ୍ରଥମ ଡିଜିଟାଲ ରେଡିଓ ଆରମ୍ଭ କରିଛି ସକ୍ଷମ (ସମଦୃଷ୍ଟି କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ) ନାମକ ସଂସ୍ଥା । ଏଥରେ ସହଯୋଗ କରିଛି ନାଗପୁର ବ୍ଲାଇଣ୍ଡ ରିଲିଫ ଆସୋସିଏସନ । ଏହି ସଂସ୍ଥା ଆଗରୁ ଦୃଷ୍ଟିହୀନଙ୍କ ପାଇଁ ଅଡିଓବୁକ୍ ପ୍ରସ୍ତୁତ କରୁଥିଲା । କୋଭିଡ଼ ସମୟରେ ଅଡିଓ ବୁକ୍ ନେବା ଆଣିବା କରିବାରେ ସମସ୍ୟା ଉପୁଜିବାରୁ ବିକଳ୍ପ ବାଟ ଖୋଜିଥିଲେ ସଂସ୍ଥାପକ ।

ମୁଣ୍ଡରେ ପଶିଥିଲା ଡିଜିଟାଲ ରେଡିଓ କେବଳ ଦୃଷ୍ଟିହୀନଙ୍କ ପାଇଁ । ଆବଶ୍ୟକତା ଅନୁଯାୟୀ ଏକ ଆଇଟି କମ୍ପାନୀ ଦ୍ୱାରା ଏହି ୱେବସାଇଟ ତିଆରି କରିଥିଲେ । ଉଭୟ ଏଣ୍ଡ୍ରୋଏଡ ଓ ଆଇଫୋନ୍ ପାଇଁ ଏହି ରେଡିଓ ଅକ୍ଷ ଉପଲବ୍ଧ । ପ୍ରାଥମିକ ପର୍ଯ୍ୟାୟରେ ୧୬୧ ଜଣ ଛାତ୍ରଛାତ୍ରୀ ସବସ୍କ୍ରିପସନ କରିଛନ୍ତି । ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମର ଅଡିଓ ସେଥିରେ ଅପଲୋଡ କରାଯାଉଛି ।

ଡିଜିଟାଲ ରେଡିଓର କିଛି ସୀମା ନାହିଁ । ପୃଥିବୀର କୌଣସି ବି ସ୍ଥାନରୁ ଏହାକୁ ବ୍ୟବହାର କରିହେବ ବୋଲି ଶିରିଶ ଦାର୍ବେକର କହିଛନ୍ତି ।

ଏଥିପାଇଁ କାମ କରୁଥିବା ସମସ୍ତ ସହଯୋଗୀ ବିନା ପାରିଶ୍ରମିକରେ କାମ କରୁଛନ୍ତି । ପ୍ରାୟତଃ ଘରୋଇ ମହିଳା ଏଥିରେ ସକ୍ରିୟ ୂଅଛନ୍ତି । ଅର୍ଥ ଅପେକ୍ଷା ସେବା ମନୋବୃତ୍ତିରେ ସେମାନେ କାମ କରୁଛନ୍ତି ବୋଲି ଶିରିଶ କହିଛନ୍ତି ।

Comments are closed.