Latest Odisha News

BREAKING NEWS

ମାଟିରେ ମିଶିଲା ବର୍ଷ ବର୍ଷର ପୁରୁଣା ମାଆ ତାରିଣୀ ମନ୍ଦିର: ରାସ୍ତା ପ୍ରଶସ୍ତ କରିବାକୁ ଭାଙ୍ଗିଲା ବିଏମସି

ଭୁବନେଶ୍ୱର : ମାଟିରେ ମିଶିଗଲା ବର୍ଷ ବର୍ଷର ପୁରୁଣା ମନ୍ଦିର। ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ ହୋଇଛି ମାଆ ତାରିଣୀଙ୍କ ମନ୍ଦିର। ହଜାର ହଜାର ଶ୍ରଦ୍ଧାଳୁଙ୍କ ଆସ୍ଥା ଆଉ ବିଶ୍ୱାସ ବି ହାର୍ ମାନିଗଲା ନିୟମ ଆଗରେ ।  ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ରାସ୍ତା ପ୍ରଶସ୍ତ ପାଇଁ ଉଚ୍ଛେଦ ଚାଲିଥିଲା । ଏଥିରେ ବିଏମ୍‌ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍‌ ନିୟୋଜିତ ଥିଲା । ଏହି କ୍ରମରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ଥିବା ୫୦ବର୍ଷର ତାରିଣୀ ମନ୍ଦିର ଉପରେ ଚାଲିଛି ବୁଲ୍‌ଡୋଜର । ଆଉ ମାଟିରେ ମିଶିଯାଇଛି ପୁରା ମନ୍ଦିର । ଟ୍ରାଫିକ୍ ବ୍ୟବସ୍ଥା ସୁଧାର ସହିତ ରାସ୍ତା ପ୍ରଶସ୍ତିକରଣ ପାଇଁ ମାଷ୍ଟରକ୍ୟାଣ୍ଟିନ ପାଖରେ ଥିବା ମାଆ ତାରିଣୀଙ୍କ ମନ୍ଦିର ଉଚ୍ଛେଦ କରାଯାଇଛି। ଯାହାକି ଶ୍ରଦ୍ଧାଳୁଙ୍କ ଭାବାବେଗକୁ କୁଠାରଘାତ କହିଲେ ଚଳେ।

କେବଳ ଶ୍ରଦ୍ଧାଳୁ ନୁହନ୍ତି ମନ୍ଦିର ଯୋଗୁ ବର୍ଷ ବର୍ଷ ଧରି ପେଟ ପାଟଣା ବଂଚାଉଥିବା ପୂଜକ ଓ ବ୍ୟବସାୟୀ ବି ଏବେ ଚିନ୍ତାରେ ପଡିଯାଇଛନ୍ତି । ତେବେ ଏହି ଉଚ୍ଛେଦ ବେଳେ କିଛି ବ୍ୟବସାୟୀ ଓ ମନ୍ଦିର ପୂଜକମାନେ ବିରୋଧ କରିଥିଲେ । ଏପିରିକି କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗିରହିଥିଲା ।

Comments are closed.