Latest Odisha News

BREAKING NEWS

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ,୧୩ ଜିଲ୍ଲାରେ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଗରମରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୨୪ ଘଣ୍ଟା ଭିତରେ କିଛି ଜିଲ୍ଲାରେ କାଳ ବୈଶୀଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସମ୍ବଲପୁର,ସୁନ୍ଦରଗଡ, ଦେଓଗଡ,ଅନୁଗଳ , ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ  ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୧ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ୧୩ଟି ଜିଲ୍ଲାରେ ବଜ୍ରପାତ, ବର୍ଷା ଓ ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି ।

ସେପଟେ ଦକ୍ଷୀଣ ଉପକୂଳ ଓଡିଶାର କୋରାପୁଟ, ରାୟଗଡା, କନ୍ଧମାଳ,ଗଞ୍ଜାମ,ଗଜପତି ଜିଲ୍ଲାରେ ଘଡଘଡି ସହ ବର୍ଷ। ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।ଗୁରୁବାର କେନ୍ଦୁଝର ,ମୟୂରଭଞ୍ଜ, ବାଲେଶ୍ୱର ,ଭଦ୍ରକ,ଯାଜପୁର ,ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧାମାଳ, ରାୟଗଡା, କୋରାପୁଟ ଆଦି ଜିଲ୍ଲାରେ ହାଲୁକା ବର୍ଷା ସହ ଘଣ୍ଟାପ୍ରତି ପବନ ୪୦ରୁ ୫୦ କିଲୋମିଟର ବୋହିବା ନେଇ ଆଶଙ୍କା କରାଯାଇଛି ।

କିଛି ସ୍ଥାନରେ କାଳ ବୈଶାଖି ବର୍ଷା ହେବା ଫଳରେ ତାପମାତ୍ରା ୨ ଡିଗ୍ରୀ ହ୍ରାସ ପାଇବ ।ହେଲେ ଆଭ୍ୟନ୍ତରିଣ ଓଡିଶାରେ କାଳ ବୈଶାଖି ହେଲେ ମଧ୍ୟ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

Comments are closed.