ବିଶ୍ୱ ଗଞ୍ଜେଇ ଦିବସ ପାଳିତ; ଧୂଆଁମୟ କରିଦେଲେ ପୁରା ସହର
ବୁଧବାର ଅନେକ ପାଶ୍ଚାତ୍ୟ ଦେଶରେ ପାଳିତ ହୋଇଛି ବିଶ୍ୱ ଗଞ୍ଜେଇ ଦିବସ-୨୦୨୨ । ପ୍ଲାକାର୍ଡ, ବିଚିତ୍ର ଗଞ୍ଜେଇ ପୁଡ଼ିଆ, ସରଞ୍ଜାମ, ଜଏଣ୍ଟ ଆଦି ସମସ୍ତ ନିଶା ସାମଗ୍ରୀ ପ୍ରଦର୍ଶନ କରି ପାଳନ କରିଛନ୍ତି ଏହି ନିଶା ଦିବସ । ଏହାକୁ ବିଶ୍ୱବ୍ୟାପୀ ଆଇନସିଦ୍ଧ କରିବାକୁ ମତ ରଖିଛନ୍ତି । ଆମେରିକାର ବିଭିନ୍ନ ସହରରେ ଏଇ ପାରମ୍ପରିକ ନିଶା ଦିବସକୁ ହର୍ଷ ଉଲ୍ଲାସର ସହ ପାଳିଛନ୍ତି ଉଦ୍ଧତ ଯୁବପୀଢ଼ି
ଭୁବନେଶ୍ୱର: ନିଶାସକ୍ତ ଯୁବପୀଢ଼ି । ଅଧା ବିଶ୍ୱ ମଧ୍ୟ ଆଗେଇଲାଣି ଏହି ଦିଗରେ । କିଛି ନିଶାକୁ ରାଜସ୍ୱ ପାଇଁ ବିଭିନ୍ନ ଦେଶ ଆଇନସିଦ୍ଧ କରିଛନ୍ତି । ସେ ଭିତରେ ମଦ ଏବଂ ଆଲକୋହଲ ଜନିତ ପାନୀୟ ଦ୍ରବ୍ୟ ପ୍ରାଥମିକ । ସକ୍ରିୟ ନିଶା ନହେଲେ ବି ସିଗାରେଟ୍, ସିଗାର ଆଦି ଧୂମ୍ରପାନ ସାମାନ୍ୟ ପ୍ରତିବନ୍ଧକ ସହ ଖୋଲା ବଜାରରେ ଉପଲବ୍ଧ ।
ତେବେ ଏଇ କିଛି ବର୍ଷ ହେବ ଗଞ୍ଜେଇ ନିଶାକୁ ଆଇନସିଦ୍ଧ କରିବାକୁ ସବୁ ଦିଗରେ ତତ୍ପରତା ଦେଖାଦେଇଛି । ଦୈନିକ ସେବନ କରୁଥିବା ବ୍ୟକ୍ତିବିଶେଷ, ଏହା ଉପରେ ଗବେଷଣା କରୁଥିବା କିଛି ସଂସ୍ଥା ବିଭିନ୍ନ ରିପୋର୍ଟ ମାନ ପ୍ରକାଶ କରୁଛନ୍ତି । ଏହାକୁ ଆଇନସିଦ୍ଧ କରିବାକୁ ଯୁକ୍ତି ବାଢୁଛନ୍ତି । ପାଶ୍ଚାତ୍ୟ ଦେଶରେ କିଛି ବ୍ୟବସ୍ଥାପକ ବା ଲେଜିସଲେଚର ମଧ୍ୟ ଏ ଦିଗରେ ବ୍ୟବସ୍ଥାପିକାରେ ନିଜର ଯୁକ୍ତି ରଖିଛନ୍ତି ।
ବୁଧବାର ଅନେକ ପାଶ୍ଚାତ୍ୟ ଦେଶରେ ପାଳିତ ହୋଇଛି ବିଶ୍ୱ ଗଞ୍ଜେଇ ଦିବସ-୨୦୨୨ । ପ୍ଲାକାର୍ଡ, ବିଚିତ୍ର ଗଞ୍ଜେଇ ପୁଡ଼ିଆ, ସରଞ୍ଜାମ, ଜଏଣ୍ଟ ଆଦି ସମସ୍ତ ନିଶା ସାମଗ୍ରୀ ପ୍ରଦର୍ଶନ କରି ପାଳନ କରିଛନ୍ତି ଏହି ନିଶା ଦିବସ । ଏହାକୁ ବିଶ୍ୱବ୍ୟାପୀ ଆଇନସିଦ୍ଧ କରିବାକୁ ମତ ରଖିଛନ୍ତି । ଆମେରିକାର ବିଭିନ୍ନ ସହରରେ ଏଇ ପାରମ୍ପରିକ ନିଶା ଦିବସକୁ ହର୍ଷ ଉଲ୍ଲାସର ସହ ପାଳିଛନ୍ତି ଉଦ୍ଧତ ଯୁବପୀଢ଼ି । ଯେଉଁ ସ୍ଥାନରେ ପାଳିତ ହୋଇଛି ଗଞ୍ଜେଇ ଦିବସ, ପୁରା ବାତାବରଣ ନିଶାସକ୍ତ କରିବା ସହ ଧୂଆଁମୟ ହୋଇଯାଇଥିବା ସୋସିଆଲ ମିଡ଼ିଆରୁ ଦେଖିବାକୁ ମିଳିଛି ।
ଆଜିର ଦିନ ୨୦ ଏପ୍ରିଲ(୪/୨୦/୪୨୦) ଭାବେ ଟ୍ରେଣ୍ଡ ତିଆରି କରି ‘ଡେ-୪୨୦’ ଭାବେ ପାଳନ କରୁଛନ୍ତି ଯୁବପୀଢ଼ି । ଖାଲି ପାଶ୍ଚାତ୍ୟ ଦେଶର ରାସ୍ତା ନୁହେଁ, ସୋସିଆଲ ମିଡ଼ିଆରେ ମଧ୍ୟ ଜୋରସୋରରେ ପାଳିତ ହୋଇଛି ବିଶ୍ୱ ଗଞ୍ଜେଇ ଦିବସ ।
ଆମେରିକାନ ରେପର ସ୍ନୁପ୍ ଡଗ୍ ତାଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟରେ କିଛି ୪୨୦ ଡେ ର ପୋଷ୍ଟ କରିଛନ୍ତି । ଯେଉଁଥିୋର ତାଙ୍କ ପ୍ରଶଂସକଙ୍କ ଅଦ୍ଭୂତପୂର୍ବ ଆଗ୍ରହ ଓ କମେଣ୍ଟ ଦେଖିବାକୁ ମିଳିଛି ।
View this post on Instagram
ସାମାନ୍ୟ ଗବେଷଣାରୁ ମଧ୍ୟ ୪୨୦ ଡେ ପାଳନର କିଛି ତଥ୍ୟ ମିଳିଛି । ୧୯୭୦ ମସିହାରେ ଆମେରିକାର କିଛି ହାଇସ୍କୁଲ ଛାତ୍ର ଏହି ଦିବସ ପାଳନ ଆରମ୍ଭ କରିଥିଲେ । ସେମାନେ ଦୈନିକ ଅପରାହ୍ନ ୪.୨୦ ରେ ଗଞ୍ଜେଇ ସେବନ କରୁଥିଲେ । ସେହି ଆଧାରରେ ଏପ୍ରିଲ ୨୦ କୁ ଗଞ୍ଜେଇ ଦିବସ ରୂପେ ପାଳନ କରିବା ଆରମ୍ଭ କରିଥିଲେ ।
ଗଞ୍ଜେଇକୁ ନେଇ ଗବେଷଣା ତଥା ଏ ସଂପର୍କିତ ପତ୍ରିକା ହାଇ ଟାଇମ୍ସ ପ୍ରକାଶ କରୁଥିବା ସମ୍ପାଦକ ଷ୍ଟିବେନ ହେଜର ନ୍ୟୁୟର୍କ ଟାଇମ୍ସ କୁ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଥିଲେ ।
Comments are closed.