Latest Odisha News

BREAKING NEWS

ପ୍ରଶାନ୍ତ କିଶୋର, ସିଦ୍ଧୁଙ୍କ ଓଲ୍ଡ ୱାଇନ୍ ଗୋଲ୍ଡ ଫ୍ରେଣ୍ଡ

ଭୁବନେଶ୍ୱର: ‘ଓଲ୍ଡ ୱାଇନ୍, ଓଲ୍ଡ ଗୋଲ୍ଡ, ଓଲ୍ଡ ଫ୍ରେଣ୍ଡ’ । ପଂଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁରୁଣା ବନ୍ଧୁ ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ ଏମିତି ଲେଖା ସହ ସେଲଫି ଟ୍ୱିଟ୍ କରିଛନ୍ତି।

ମଂଗଳବାର ଭେଟ ପରେ ନିଜ ଷ୍ଟାଇଲରେ ସିଦ୍ଧୁ ଦୋସ୍ତି ୟାରି କଥା ଲେଖିଛନ୍ତି। ଜାଗା ଲେଖିନାହାନ୍ତି। ହେଲେ କଂଗ୍ରେସ ବୈଠକରେ ସାକ୍ଷାତ ହୋଇଛି ବୋଲି ଶୁଣିବାକୁ ମିଳିଛି।

ମଂଗଳବାର ପ୍ରଶାନ୍ତ କଂଗ୍ରେସ ଅଫରକୁ ପ୍ରତ୍ୟାକ୍ଷାନ କରିଛନ୍ତି। କଂଗ୍ରେସରେ ମିଶିବାକୁ ମନା କରିଛନ୍ତି ପ୍ରଶାନ୍ତ। ସେ ସଂପୂର୍ଣ୍ଣ ୨୦୨୪ ନିର୍ବାଚନ ଦାୟିତ୍ୱ ଚାହୁଁଥିଲେ। ହେଲେ ଦଳର ଅଫର୍ ଅଲଗା ଥିଲା।

ଇଏଜି(ଏମ୍ପାୱାରଡ ଆକ୍ସନ୍ ଗୃପ୍) ର ସଦସ୍ଯ ରୂପେ କଂଗ୍ରେସ ରେ ଯୋଗ ଦେବାକୁ ସର୍ବ ପୁରାତନ ଦଳ ଅଫର୍ ଦେଇଥିଲା। ହେଲେ ସେ ଏହି ଅଫର୍ କୁ ଅଗ୍ରାହ୍ଯ କରିଦେଇଛନ୍ତି।

କଂଗ୍ରେସ ତାଙ୍କୁ ବିଶେଷ ଅଧିକାର ଏବଂ କିଛି ସ୍ୱତନ୍ତ୍ର(ଫ୍ରି ହ୍ୟାଣ୍ଡ) ପଦବୀ ନ ଦେବାରୁ ସେ ଏହି ଅଫର୍ ଅଗ୍ରାହ୍ୟ କରିଦେଲେ ବୋଲି କିଛି ବରିଷ୍ଠ ନେତା କହିଛନ୍ତି

Comments are closed.