Latest Odisha News

BREAKING NEWS

ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବରେ ଫନି ମହାନ୍ତିଙ୍କର ‘ପ୍ରିୟତମା’ର ଚର୍ଚ୍ଚା

ରାଞ୍ଚି : ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବ, ଓଡ଼ିଶା ଶାଖା ତରଫରୁ ବରିଷ୍ଠ କବି ଫନୀ ମହାନ୍ତିଙ୍କର ହିନ୍ଦୀ ଅନୂଦିତ “ପ୍ରିୟତମା” କୁ ନେଇ ଏକ ଜାତୀୟ ସ୍ତରୀୟ ଚର୍ଚ୍ଚା ଓ କବିତା ଆସର କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆଲୋଚକ ଓ କବିମାନେ ଭାଗନେଇ ଶ୍ରୀ ମହାନ୍ତିଙ୍କର ପୁସ୍ତକ ବିଷୟରେ ଆଲୋଚନା କରିଥିଲେ ।

ଇନ୍ଦ୍ରପ୍ରସ୍ଥର ପ୍ରାନ୍ତୀୟ ଅଧ୍ୟକ୍ଷା ସଂଘମିତ୍ରା ରାଏଗୁରୁ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରିୟତମାର ହିନ୍ଦୀ ଅନୁବାଦକ ମହେନ୍ଦ୍ର କୁମାର ମିଶ୍ର, କବି ଅମରେନ୍ଦ୍ର ଖଟୁଆ ,ସମୀକ୍ଷକ ବିଭାଷା ମିଶ୍ର(ଛତିଶଗଡ଼), କବି ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ନିଜର ଉପାଦେୟ ମତାମତ ସହ ପ୍ରିୟତମାର ଆଙ୍ଗିକ ଓ ଆତ୍ମିକ ଦିଗଗୁଡିକ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହ ଉତ୍ତରାଖଣ୍ଡରୁ କବି ବୀନା ଭଟ୍ଟ ବଡଶିଲିୟା, ଦ୍ୱିଭାଷୀ କବି ଅଞ୍ଜୁମନ ଆରା, ମୈଥିଲି କବି ପଙ୍କଜ କୁମାର, ଗୁଜୁରାଟୀ କବି ହୀନା ମୋଦି, ବଙ୍ଗଳା କବି ଶ୍ୟାମଳୀ ସେନଗୁପ୍ତା ,ବହୁଭାଷୀ କବି ପାରମିତା ଷଡ଼ଙ୍ଗୀ, ବହୁଭାଷୀ କବି ଅଗ୍ନିବେଶ ମହାପାତ୍ର ପ୍ରମୁଖ “ପ୍ରିୟତମା” ସଙ୍କଳନସ୍ଥ କବିତା ଭିନ୍ନ ଭିନ୍ନ ଭାଷାରେ ପାଠ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କବି ହିନା ମୋଦି “ପ୍ରିୟତମା”କୁ ଗୁଜୁରାଟୀରେ ଏବଂ କବି ଶ୍ୟାମଳୀ ସେନଗୁପ୍ତା” ପ୍ରିୟତମା”କୁ ବଙ୍ଗଳାରେ ଅନୁବାଦ କରିଛନ୍ତି । ସମଗ୍ର କାର୍ଯ୍ୟକ୍ରମକୁ ଇନ୍ଦ୍ରପ୍ରସ୍ଥର ପ୍ରାନ୍ତୀୟ ଅଧ୍ୟକ୍ଷା ସଂଘମିତ୍ରା ରାଏଗୁରୁ ସଂଯୋଜନା କରିଥିଲେ । ଏହି ଆଭାସୀ କାର୍ଯ୍ୟକ୍ରମରେ ବହୁ ଲେଖକ, କବି ଏବଂ ସାହିତ୍ୟାନୁରାଗୀ ବ୍ୟକ୍ତି ଯୋଗଦେଇଥିଲେ ।

Comments are closed.