ମୁମ୍ବାଇ: ୩୩ ବର୍ଷ ହେବ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କ୍ରିକେଟ ଏକାଡେମୀ ପ୍ରସ୍ତୁତ ନ କରି ପାରିବାରୁ ଶେଷରେ ଜମି ସରକାରଙ୍କୁ ଫେରାଇବାକୁ ବାଧ୍ୟ ହୋଇଛନ୍ତି । ଗତ ବର୍ଷ ମହାରାଷ୍ଟ୍ର ଗୃହମନ୍ତ୍ରୀ ଜିତେନ୍ଦ୍ର ଆୱାଡ ଏହି ପ୍ଲଟ ବ୍ୟବହାର ହୋଇ ନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବାନ୍ଦ୍ରାରେ ଏହି ଜମି ୩ ଦଶନ୍ଧି ତଳେ ପ୍ରଦାନ କରାଯାଇଥିଲା । ଗାଭସ୍କର ମହାରାଷ୍ଟ୍ର ଗୃହ ଏବଂ କ୍ଷେତ୍ର ବିକାଶ ପ୍ରାଧୀକରଣ ବିଭାଗକୁ ଏହା ଫେରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ଗାଭାସ୍କର ପତ୍ର ମାଧ୍ୟମରେ କ୍ରିକେଟ ଏକାଡେମୀ ପ୍ରସ୍ତୁତ କରି ନ ପାରିଥିବା ନେଇ ଜଣାଇଥିଲେ । ଏମଏଚଏଡିଏ ଜମି ଫେରାଇବା ପାଇଁ ଗାଭାସ୍କରଙ୍କୁ ଅନୁରୋଧ କରିଥିଲେ । ତେବେ ସେ କାହିଁକି ଏତେ ଦିନ ଧରି ଏକାଡେମୀ କଲେ ନାହିଁ ତାହା କିନ୍ତୁ ଗାଭାସ୍କର ଜଣାଇ ନାହାନ୍ତି ।
Comments are closed.