Latest Odisha News

BREAKING NEWS

୧୨ ଚକିଆ ଟ୍ରକରେ ଲୁଚାଇ ନେଉଥିଲେ ଗଞ୍ଜେଇ, ଭୁବନେଶ୍ୱରରୁ ଧରିଲା NCB ଜୋନାଲ ଟିମ୍

ଭୁବନେଶ୍ୱର: ଗାଡି ପାର୍ଟସ ବୋଝେଇ ଟ୍ରକରେ ଲୁଚାଇନେଉଥିଲେ ଗଞ୍ଜେଇ। ସିକ୍ରେଟ ଚାମ୍ବର କରି ସପ୍ଲାୟ କରୁଥିଲେ ୫କ୍ବିଣ୍ଟାଲ ୬କେଜି ଗଜେଇ। ଆନ୍ଧ୍ରପ୍ରଦେଶର ଅନକାପାଲିରୁ ହରିୟାନାର ହିସାର ସପ୍ଲାୟ ବେଳେ ଏନସିବି ଜୋନାଲ ଟିମ ଧରିଲା ପାର୍ଟସ ବୋଝେଇ ୧୨ ଚକିଆ ଟ୍ରକ।

ଭୁବନେଶ୍ୱରର ଚନ୍ଦକା ନିକଟରୁ ଟ୍ରକ PB-11CR-2958 ଅଟକାଇବା ସହ ୫କ୍ବିଣ୍ଟାଲ ୬କେଜି ଗଜେଇ ଜବତ କରିଛନ୍ତି। ଏହା ସହ ଡ୍ରାଇଭର ସମେତ ରିସିଭର ଓ ହେଲପରକୁ ଗିରଫ କରାଯାଇଛି‌।

ତେବେ ସେମାନଙ୍କ ମଧ୍ୟରେ ପୂର୍ବରୁ ଗଞ୍ଜେଇ ଚାଲାଣ କେସ ଥିବା ଅଭିଯୁକ୍ତ ବଲଓ୍ବନ୍ତ ସିଂ ଓରଫ ବଲବନ୍ତ ଓ ଦୁଇ ସହଯୋଗୀ‌କୁ ମଧ୍ୟ ଗିରଫ କରାଯାଇଛି। ତିନିଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯିବ। ତେବେ ଭୁବନେଶ୍ୱରରୁ ଏପରି ଧରାପଡିବା ଘଟଣା ନୂଆ ନୁହେଁ ପୁର୍ବରୁ ସିକ୍ରେଟ ଚାମ୍ବର କରି ପରିବା ବୋଝେଇ ଟ୍ରକ ଫ୍ରିଜ ବୋଝେଇ ଟ୍ରକ ଭଳି ଅନେକ ମାଲବାହୀ ଟ୍ରକରେ ଗଞ୍ଜେଇ ସପ୍ଲାୟ ବେଳେ ଠାବ କରିଛି ଏନସିବି ଟିମ୍ ।

Comments are closed.