Latest Odisha News

ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’, ଆନ୍ଧ୍ର ଆଡ଼େ ମୁହାଁଇଛି

ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା, କାଲି ଡିପ୍ରେସନ୍ ହେବ

ଭୁବନେଶ୍ୱର: ଦୁର୍ବଳ ପଡୁଛି ବାତ୍ୟା ଅସାନି । ଭୀଷଣ ବାତ୍ୟାରୁ ଏକ ବାତ୍ୟାରେ ପରିଣତ ହୋଇଛି । ଏବେ ଆନ୍ଧ୍ର ଆଡ଼େ ମୁହାଁଉଛି ଅସାନି । ବର୍ତ୍ତମାନ ବାତ୍ୟା ମଛଲିପଟ୍ଟନମରୁ ୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ, କାକିନାଡ଼ାରୁ ୧୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ, ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ।

ଗତ ୬ ଘଣ୍ଟାରେ ଏହା ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆନ୍ଧ୍ର ଉପକୂଳରେ ପହଞ୍ଚିବା ପରେ ରିକର୍ଭ କରିବ । ଧୀରେ ଧୀରେ ଦିଗ ବଦଳାଇ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଆଗକୁ ବଢିବ । ଆଜି ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ଉପକୂଳ ମଛଲିପଟ୍ଟନମ୍, ନର୍ସାପୁର, ୟାନମ୍, କାକିନାଡା ଓ ବିଶାଖାପାଟଣା ଉପକୂଳରେ ପହଞ୍ଚିବ ବାତ୍ୟା ।

ଆନ୍ଧ୍ର ଉପକୂଳରେ ପହଞ୍ଚିବା ପରେ ଉତ୍ତର-ପୂର୍ବ ଦିଗରେ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ଆସନ୍ତାକାଲି ସକାଳ ବେଳକୁ ଆହୁରି ଦୁର୍ବଳ ପଡ଼ିଥିବ ବାତ୍ୟା ଅସାନି । ବାତ୍ୟାରୁ ଅବପାତରେ ପରିଣତ ହେବ । ଆଜି ପାଇଁ ଆନ୍ଧ୍ରପ୍ରଦେଶକୁ ସାଇକ୍ଲୋନ୍ ଓ୍ୱାର୍ଣ୍ଣିଂ ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ବାତ୍ୟା ଅସାନି ପ୍ରଭାବରେ ଏବେ ବଙ୍ଗୋପସାଗର ଉପକୂଳରେ ପବନର ବେଗ ୮୦-୯୦ କିଲୋମିଟର ଓ ଝଟକା ପବନଗ ବେଗ ୧୦୦ କିଲୋମିଟର ରହିଛି । ଆନ୍ଧ୍ର ଉପକୂଳ ଛୁଇଁବା ପରେ ପବନର ବେଗ କମିବ । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ବର୍ଷା ପବନ ହେଉଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.