Latest Odisha News

BREAKING NEWS

ଅସାନି ପ୍ରଭାବରେ ଓଡ଼ିଶାରେ ବର୍ଷା, ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ, ପବନର ପ୍ରଭାବ ରହିବ ନାହିଁ

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆଜି ଉପକୂଳ ଓଡ଼ିଶା କିଛି ଜିଲ୍ଲାରେ ବର୍ଷା ହେଉଛି । ଆଜି ପାଇଁ ୮ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ହେଲା କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା (୭-୧୧ ସେ.ମି) ହୋଇପାରେ ।

ସେହିପରି ଆସନ୍ତାକାଲି ଯାଏ ବର୍ଷା ଜାରି ରହିବ । କାଲି ପାଇଁ ୬ ଜିଲ୍ଲା ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ଅଧିକ ବର୍ଷା ହେବ । ପବନର ପ୍ରଭାବ ରହିବ ନାହିଁ ।

ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି । ସେସବୁ ଜିଲ୍ଲାକୁ ୧୨ଟି ଓଡ୍ରାଫ ଓ ୧୨ଟି ଅଗ୍ନିଶମ ବାହିନୀ ଟିମ୍ ପଠାଯାଇଛି । ସଜାଗ ଅଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ ।

Leave A Reply

Your email address will not be published.