Latest Odisha News

BREAKING NEWS

ରାଜଧାନୀରେ ଏନକାଉଣ୍ଟର୍: ଚକରାକୁ ଗୁଳି ଚୋଟ

ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଏନକାଉଣ୍ଟର, ଖସିଗଲେ ଚକରାର ସହଯୋଗୀ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ । ଗତକାଲି ରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଅପରାଧି-ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଚକରା ବାରିକ ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ ଚକରାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଚକରାକୁ ଧରିବା ପାଇଁ ଯାଇଥିଲା ପୋଲିସ । ଏତିକି ବେଳେ ପୋଲିସକୁ ଦେଖି ଚକରା ଆଉ ତାର ସହଯୋଗୀ ବୋମାମାଡ଼ କରିଥିଲେ । ଜବାବରେ ଏନକାଉଣ୍ଟର କରିଥିଲା ପୋଲିସ । ଚକରା ଆହତ ହୋଇଥିବା ବେଳେ ତାର ସହଯୋଗୀ ଖସି ଯାଇଛନ୍ତି ।

ଘଟଣାରେ ଦୁଇ ଜଣ ପୋଲିସ ଅଧିକାରୀ ବି ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ବାଇକ୍ ଜବତ କରିଛି ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳକୁ ଯାଇ ଖୋଳତାଡ କରିଛନ୍ତି । ସେମାନେ ବନ୍ଧୁକ ଦେଖାଇ ଲୁଟ୍ ଯୋଜନା କରୁଥିଲେ । ଫେରାର୍ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚାଲିଛି ।

Leave A Reply

Your email address will not be published.