Latest Odisha News

BREAKING NEWS

ଉଡ଼ାଣ ବେଳେ ରନୱେରୁ ଖସିଲା ବିମାନ, ଲାଗିଲା ନିଆଁ

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ୧୧୩ ଯାତ୍ରୀ ଓ ୯ ଜଣ କ୍ରିଉ ମେମ୍ବର୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏକ ବଡ଼ ଧରଣର ବିମାନ ଦୁର୍ଘଟଣାରୁ ଅଘଟଣରୁ ବର୍ତ୍ତିଗଲେ ଯାତ୍ରୀ । ଉଡ଼ାଣ ବେଳେ ରନୱେରୁ ବାହାରକୁ ବାହାରିଗଲା ବିମାନ । ଫଳରେ ବିମାନରେ ଲାଗିଥିଲା ନିଆଁ। ହେଲେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି ।

ଚୀନ୍ ଚୋଙ୍ଗିଙ୍ଗ୍ ବିମାନବନ୍ଦରରେ ଆଜି ଏଭଳି ଘଟଣା ଘଟିଛି । ତିବ୍ଦତ୍ ଏୟାରଲାଇନ୍ସର ଏକ ବିମାନ ୧୧୩ ଜଣ ଯାତ୍ରୀ ଓ ୯ ଜଣ କ୍ରିଉ ମେମ୍ବରଙ୍କୁ ନେଇ ଜିନୁହା ଅଭିମୁଖେ ଉଡ଼ାଣ ଭରିଥିଲା । ହଠାତ୍ ବିମାନଟି ରନୱେରୁ ବାହାରକୁ ଚାଲି ଯାଇଥିଲା । ସଙ୍ଗେ ସଙ୍ଗେ ବିମାନରେ ଲାଗି ଯାଇଥିଲା ନିଆଁ । କିନ୍ତୁ ଯାତ୍ରୀଙ୍କୁ ଏବଂ ବିମାନର ଅନ୍ୟ କର୍ମଚାରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।

ବିମାନରେ ନିଆଁ ଲାଗିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ବିମାନରୁ ପ୍ରବଳ ନିଆଁ ଓ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଭିଡିଓଟିରେ ଯାତ୍ରୀମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ଦୃଶ୍ୟ ମଧ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନାହିଁ ।

Leave A Reply

Your email address will not be published.