Latest Odisha News

[ଦେଖନ୍ତୁ ଭିଡିଓ] ଯୁବକଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ ବାହିନୀ: ୨୫ ଫୁଟ୍ ଗଭୀର କୁଅରୁ ସୁରକ୍ଷିତ ଉଦ୍ଧାର

ଢେଙ୍କାନାଳ : ଯୁବକଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ ବାହିନୀ। ସୁରକ୍ଷିତ ଭାବରେଏକ ଗଭୀର କୂଅରୁ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ। ଟାଉନ ଭିତରେ ଥିବା ରଗଡିସାହିର ହେଉଛନ୍ତି ଏହି ଯୁବକ ଜଣକ। ଯୁବକ ଜଣକ କୂଅ ନିକଟରେ ଗ।ଧୋଉଥିବା ସମୟରେ ହଠାତ୍ ଅସାବଧାନତା ଯୋଗୁ ତାଙ୍କ ଗୋଡ ଖସି ଯାଇଥିଲା। ଆଉ ସେ କୂଅ ମଧ୍ୟରେ ପଡିଯାଇଥିଲେ। ଗଭୀର କୂଅ ହୋଇଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା। ଶେଷରେ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକ ଜଣଙ୍କୁ କୂଅ ଭିତରୁ ଉଦ୍ଧାର କରିଛନ୍ତି। ୨୫ଫୁଟ ଗଭୀର କୂଅ ହୋଇଥିବା ବେଳେ କୂଅରୁ ଉଦ୍ଧାର କରିବା ମୁସ୍କିଲ ହୋଇପଡ଼ିଥିଲା। ହେଲେ ଶେଷରେ ଯୁବକ ଜଣଙ୍କୁ କୂଅ ଭିତରୁ ଉଦ୍ଧାର କରାଯାଇଛି। ତାଙ୍କର ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସମ୍ପୁର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।

Leave A Reply

Your email address will not be published.