Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା

ନୂଆପଡ଼ା: ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣା ବଢିଚାଲିଛି। ଯାହାକୁ ନେଇ ବହୁବାର ପ୍ରତିରୋଧ କରାଯାଉଥିଲେ ବି ଏହାର କୌଣସି ହାଲ ବାହାରିପାରିନି। ଏବେ ପୁଣି ନିକଟରେ ଜଣେ ନୂଆପଡ଼ାର ଗଣମାଧ୍ୟମ ପ୍ରତିନିଧି ରବିକାନ୍ତ ଠେଲାଙ୍କୁ ଆକ୍ରମଣ  କରାଯାଇଥିଲା। ।  ଘଟଣାର ଖୁବଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗଣମାଧ୍ୟମ ପ୍ରତିନିଧି ମାନେ।

ଏପ୍ରିଲ ୧୨ରେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଥାନା ସମ୍ମୁଖରେ ରାଜରାସ୍ତା ଉପରେ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିଲା। ଖୋଦ୍ ଥାନା ସମ୍ମୁଖରେ ପୁଲିସ ଆଉ ସାଧାରଣ ଜନତାଙ୍କ ଆଖି ଆଗରେ ଅମାନୁଷିକ ଭାବରେ ଆକ୍ରମଣ ହୋଇଥିଲା।

ହେଲେ ଏହି ଘଟଣାରେ ଆଜି ଯାଏ କୌଣସି ସମାଧାନ କରାଯାଇନାହିଁ । ଦିନକୁ ଦିନ ଗଣମାଧ୍ୟମ଼ ପ୍ରତିନିଧିଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ୁଥିବା ବେଳେ ସାମ୍ବାଦିକଙ୍କ ସୁରକ୍ଷା ଦାବି କରାଯାଇଛି। ତା ସହିତ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶିଘ୍ର ଗିରଫ କରିବା ପାଇଁ ଧାରଣାରେ ବସିଛନ୍ତି ଗଣମାଧ୍ୟମ଼ ପ୍ରତିନିଧି ।  ସିସିଟିଭି ଫୁଟେଜକୁ ଭିତ୍ତି କରି ଅପରାଧୀ ମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି।।

Leave A Reply

Your email address will not be published.