Latest Odisha News

BREAKING NEWS

ମନୋଜ ଦାସଙ୍କ ‘ଅମୃତଫଳ’ ଉପନ୍ୟାସର ପୁସ୍ତକ ଚର୍ଚ୍ଚା

ଭୁବନେଶ୍ୱର  : ଓଡ଼ିଶା ଭାଷା ପ୍ରତିଷ୍ଠାନ ଓ ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ବହୁ ଆଦୃତ ଉପନ୍ୟାସ ‘ଅମୃତଫଳ’ ଉପରେ ଏକ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ, ବିଜୟ କୁମାର ନାୟକ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇଥିଲେ ।

ମଣିଷ ଜୀବନରେ ପୁସ୍ତକ ହେଉଛି ବନ୍ଧୁ । କାଳଜୟୀ ପୁସ୍ତକସମୂହ ସମାଜକୁ ଶିକ୍ଷା ଓ ସନ୍ଦେଶ ଦେଇଥା’ନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହ
ମନୋଜ ଦାସଙ୍କ ସାହିତ୍ୟିକ କୃତି, ତାଙ୍କର ସର୍ଜନାତ୍ମକ ଭାବଭୂମି ସହ “ଅମୃତଫଳ” ଉପନ୍ୟାସଟି ସାମଗ୍ରିକ ଦିଗ ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

ଏହି ସାହିତ୍ୟ ସଭାରେ ପ୍ରେମାନନ୍ଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଫଣୀନ୍ଦ୍ର ଭୂଷଣ ନନ୍ଦ ସଂଯୋଜନା କରିବା ସହ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ ।

Leave A Reply

Your email address will not be published.