ଭୁବନେଶ୍ୱର: ବାଲଟିର ଦାମ ୩୫ ହଜାର ଟଙ୍କା । ଏହାର ରଙ୍ଗ ଗୋଲାପି ରହିଛି। ଏହା ଆମାଜନ ଡଟ୍ କମରେ ବିକ୍ରି ହେଉଛି। ସବୁଠୁ ବଡ କଥା ହେଲା ମୋବାଇଲ, ଟାବେଲଟ ଆଦି ଛୋଟ ଛୋଟ ଜିନିଷ ପାଇଁ ଯେମିତି ଇଏମଆଇ ସୁବିଧା ରହିଥାଏ ସେହିପରି ଏହି ବାଲଟି ପାଇଁ ମଧ୍ୟ ଇଏମଆଇ ବ୍ୟବସ୍ଥା ରହିଛି।
Just found this on Amazon and I don't know what to do pic.twitter.com/hvxTqGYzC4
— Vivek Raju (@vivekraju93) May 23, 2022
ତେବେ ଇ-କମର୍ସ ୱେବସାଇଟ୍ ଆମାଜନରେ ଏବେ ଏହାକୁ ୨୮ ପ୍ରତିଶତ ରିହାତିରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଯାହାର ମୂଲ୍ୟ ଏବେ ରିହାତି ପରେ ୨୬ ହଜାର ଟଙ୍କା ରହିଛି। ଯାହାକୁ ନେଇ ସୋଶିଆଲ ମିଡିଆରେ ବିତର୍କ ସୃଷ୍ଟି ହୋଇଛି। ଏହା କିପରି ଏବଂ ଏହି ବାଲଟିର ବିଶେଷତ୍ୱ କ’ଣ ରହିଛି ବୋଲି ତର୍କ ଆରମ୍ଭ ହୋଇଛି।
ତେବେ କିଛି ଟୁଇଟର ୟୁଜର ଲେଖିଛନ୍ତି, ସମ୍ଭବତଃ କମ୍ପାନୀ ଭୁଲରେ ଦଶମିକ ଚିହ୍ନ ଦେବାକୁ ଭୁଲି ଯାଇଛନ୍ତି। ତେଣୁ ୨୫୯.୯୯ ଲେଖିବା ବଦଳରେ ଏହା ୨୫୯୯୯ ଟଙ୍କା ଉଲ୍ଲେଖ ରହିଛି।
https://twitter.com/Jacobji01/status/1529281647308263425?s=20&t=M4R0y4FSXN1uceB81ew7Xg
Comments are closed.