Latest Odisha News

BREAKING NEWS

ଆଜିଠୁ ବଢ଼ିବ ତାତି, ଅସହ୍ୟ ହେବ ଗୁଳୁଗୁଳି

ଭୁବନେଶ୍ୱର: ଆଜିଠୁ ତାତିବ ଓଡ଼ିଶା । ବଢ଼ିବ ଦିନର ତାପମାତ୍ରା । ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ଲହରି । ଅନେକ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାତି ବଢ଼ିବା ସହ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ରହିଛି ।

ସେପଟେ ତାତି ବଢୁଥିବା ବେଳେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ବି ରହିଛି । ଆଜି ପାଇଁ ୧୧ ଜିଲ୍ଲାକୁ କାଳବୈଶାଖି ଜନିକ ବର୍ଷା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଗତକାଲି ରାଜ୍ୟରେ ୮ଟି ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ୪୨.୫ ଡିଗ୍ରୀ ସେଲସିୟସ୍ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ।

ଏବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର ଆଣ୍ଡାମାନ ଉପକୂଳ ଛୁଇଁଥିଲା । କିନ୍ତୁ କେରଳ ଉପକୂଳ ଆସିବାରେ ବିଳମ୍ବ ହୋଇଛି । ତେଣୁ ଓଡ଼ିଶା ଛୁଇଁବାରେ ବି ବିଳମ୍ବ ହୋଇପାରେ । ସେହିପରି ଜୁନ୍ ୧୦ ତାରିଖ ଭିତରେ ଓଡ଼ିଶା ଉପରେ କୌଣସି ଘୂର୍ଣ୍ଣିବଳୟ କି ଲଘୁଚାପ ସମ୍ଭାବନା ନାହିଁ । ଫଳରେ ତାତି ବଢୁଛି ।

Leave A Reply

Your email address will not be published.