Latest Odisha News

BREAKING NEWS

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ସେଲିବ୍ରିଟି କପଲ ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ୍ ମିଡିଆରେ ଅପମାନଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବା ପାଇଁ ସେ ଆବେଦନ କରିଛନ୍ତି । ପାରିବାରିକ ବିବାଦ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ଏଭଳି ସମୟରେ ସୋସିଆଲ୍ ମିଡିଆରେ ମର୍ଯ୍ୟାଦାହାନୀ ଓ ଚରିତ୍ର ସଂହାର ଭଳି ଘଟଣାରେ ଅଙ୍କୁଶ ଲଗାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ।

ଏହି ମାମଲାରେ ସେ କେନ୍ଦ୍ର ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ରେଜିଷ୍ଟ୍ରର ଅଫ୍ ନ୍ୟୁଜପେପର୍ ଅଫ୍ ଇଣ୍ଡିଆ ଓ ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଜଷ୍ଟିସ ବି. ପି. ରାଉତରାୟ ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କ ଖଣ୍ଡପୀଠ ଏହ ମାମଲାର ଆଜି ଶୁଣାଣି କରିବେ ।

ନିକଟରେ ସ୍ୱାମୀ ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କ ସହ ତାଙ୍କର ଦାମ୍ପତ୍ୟ ଓ ପାରିବାରିକ ବିବାଦ ନେଇ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ । ଅନୁଭବଙ୍କ ଭିଡିଓ ତାଙ୍କ ନାରିତ୍ୱକୁ ଅପମାନ କରିବା ସହ ଚରିତ୍ର ସଂହାର ହେଉଥିବା ନେଇ ଅଭିଯୋଗ କରିଥିଲେ ବର୍ଷା । ଅନୁଭବଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ପରେ ସୋସିଆଲ୍ ମିଡିଆରେ ତାଙ୍କୁ ନେଇ ଅପମାନଜନକ ପୋଷ୍ଟ କରାଯାଉଥିବା ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଜଣା ବ୍ୟକ୍ତି ଓ ସୋସିଆଲ୍ ମିଡିଆ ପେଜ୍ ନାଁରେ ଅଭିଯୋଗ କରିଥିଲେ ବର୍ଷା ।

Leave A Reply

Your email address will not be published.