ଯାଜପୁର : ୨୦୨୧ ମସିହା ନଭେମ୍ବର ୨୯ । ଏହି ଦିନ ଯାଜପୁର ଜିଲାର ସମସ୍ତ ରୁପାନ୍ତରିକରଣ ବିଦ୍ୟାଳୟକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ରହିଥିଲା ବିଂଝାରପୁରର ବ୍ରଜ ସୁନ୍ଦର ହାଇସ୍କୁଲ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ସ୍କୁଲକୁ ରଂଗ ଦେବା ସହିତ ବଗିଚା ନିର୍ମାଣ ସହିତ ବିଜ୍ଞାନ ପାଠାଗାର ସହିତ ସ୍ମାର୍ଟ କ୍ଲାସ ରୁମ ବ୍ୟବସ୍ଥା କରାଯାଇଥିଲା ।
କିନ୍ତୁ ଏ ହେଉଛି ୬ ମାସ ପରର ଅବସ୍ଥା । କେଉଁ କ୍ଲାସ ରୁମରେ ଛାତ ଖସିଲାଣି ତ ଆଉ କେଉଁଠି କାନ୍ଥ ଆଁ କଲାଣି । ପାଇଖାନା ଘର ଅବସ୍ଥା ନ କହିବା ଭଲ । ବିଦ୍ୟାଳୟର ବଗିଚାରେ ଆଣ୍ଠୁଏ ଆଣ୍ଠୁଏ ଘାସ ହେଲାଣି ।
ବିଦ୍ୟାଳୟ କାନ୍ଥରେ ସ୍ୱଚ୍ଛ ଭାରତର ପ୍ରଚାର କରାଯାଇଛି କିନ୍ତୁ ବିଦ୍ୟାଳୟ ପରିସରରେ କେତେ ସ୍ୱଚ୍ଛ ରହିଛି ଟିକେ ଭଲ ଭାବେ ଦେଖନ୍ତୁ । ସ୍ମାର୍ଟ କ୍ଲାସ ରୁମ ପାଇଁ ସ୍ୱତନ୍ତ୍ର କକ୍ଷ ହେବା ଯୋଗୁଁ ଏବେ ଛାତ୍ର ଛାତ୍ରୀ ପାଠ ଗୋଟିଏ ଗୋଟିଏ କ୍ଲାସରେ ଖୁନ୍ଦା ଖୁନ୍ଦି ହୋଇପାଠ ପଢ଼ୁଛନ୍ତି । ଭଂଗା ବେଂଚ ଓ ଡେସ୍କରେ ତିଆରି ହୋଇଛି ଦୋଳି । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ସାଲିସ୍ ହୋଇ ସବୁ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଏଠି ପ୍ରଶ୍ନ କାହାକୁ ଏତେ ଭୟ ଠିକା ନେଇ କାମ କରିନଥିବା ଠିକାଦାର ନା ବିଭାଗୀୟ ଉଚ୍ଚ କର୍ତୁପକ୍ଷ । ସେପଟେ ଏ ନେଇ ପ୍ରକଳ୍ପ କାମ ଦାୟିତ୍ୱରେ ଥିବା ବିଡିଓ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି ।
ଏହି ବିଦ୍ୟାଳୟରେ ହୋଇଥିବା କାମକୁ ଦେଖିଲେ ଏଠି ଲକ୍ଷ ଲକ୍ଷ ଟଙ୍କା କାମର ବାଟ ମାରଣା ହୋଇଥିବା ଜଳ ଜଳ ଦିଶୁଛି । ଏ ସବୁ ସ୍ଥଳେ ବିଦ୍ୟାଳୟ କର୍ତୁପକ୍ଷ ଙ୍କ ରହସ୍ୟ ଜନକ ନିରବତାକୁ ନେଇ ପ୍ରଶ୍ନ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଅଭିଭାବକ ଓ ପୁରାତନ ଛାତ୍ର ।
Comments are closed.