Latest Odisha News

BREAKING NEWS

ଜୁନ୍ ୨ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ: ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା

ଭୁବନେଶ୍ବର: ଜୁନ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ।  ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ ୨ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଭିତରେ ଖାତା ଦେଖା ଶେଷ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

BjdElectrycity

ପୂର୍ବରୁ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟଗୁଡ଼ିକର ମୂଲ୍ୟାୟନ ଆଗେ ଆରମ୍ଭ କରାଯିବ। ପରୀକ୍ଷା ସରିବା ପରେ ସମସ୍ତ ବିଷୟର ଖାତାଗୁଡ଼ିକର ମୂଲ୍ୟାୟନ କରାଯିବ। ସମ୍ପୂର୍ଣ୍ଣ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି ୨୪ରୁ ୨୬ଦିନ ଲାଗିବ ।

ଅର୍ଥାତ୍‌ ଜୁନ୍‌ ୨୦ ଭିତରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଫଳରେ ପରବର୍ତୀ ସମୟରେ ମୂଲ୍ୟାୟନର ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.