Latest Odisha News

ମୋବାଇଲ ନେଟ୍‌ୱାର୍କ ଦାବି: ୫ ପଞ୍ଚାୟତବାସୀଙ୍କ ୧୨ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ

ଦେବଗଡ଼: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ। ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା , ଗଣ୍ଡମ , ଝରାଗୋଗୁଆ , ପାରପୋଷି , ଝାରମୁଣ୍ଡା ପଞ୍ଚାୟତବାସୀ ପଂଚାୟତ ନିର୍ବାଚନ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିପାରି ନଥିଲେ। ଏହି ଅଞ୍ଚଳରେ ମୋବାଇଲ ନେଟୱାର୍କ ଆସୁନଥିବାରୁ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ କରୋନା କାଳରେ ଅନଲାଇନ ଶିକ୍ଷା ଏକ ମାତ୍ର ବିକଳ୍ପ।

ମାତ୍ର ନେଟୱାର୍କ ସମସ୍ୟା ଯୋଗୁ ଏହି ଅଞ୍ଚଳରେ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ୫ ପଞ୍ଚାୟତବାସୀଙ୍କ ଦୁଃଖ ବୁଝିବା ସହିତ ମୋବାଇଲ୍ ଟାୱାର ନିର୍ମାଣ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଟାୱାର ନିର୍ମାଣ ନେଇ ତତ୍ପରତା ପ୍ରକାଶ କରିଥିଲେ। ତେବେ ଉକ୍ତ ୫ ପଂଚାୟତବାସୀଙ୍କ ଦାବି ଯର୍ଥାର୍ଥତା ଥିବା ହେତୁ ବିଜେଡି ନେତା ମଧ୍ୟ ତାଙ୍କ ସହିତ ଆନ୍ଦୋଳନରେ ସାମିଲ ହେବା ସହିତ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।

Comments are closed.