Latest Odisha News

BREAKING NEWS

ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର; ବାହାରିଲା ଶୋଭାଯାତ୍ରା, ସର୍ଗିପତ୍ର ଦେଇ କନ୍ୟାପକ୍ଷଙ୍କ ସହ ହେଲା ନିର୍ବନ୍ଧ

ସମ୍ବଲପୁର : ଆସନ୍ତା ୪ ତାରିଖରେ ହେବ ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର ସହର । ଏହି କ୍ରମରେ ଗତକାଲି ହୋଇଥିଲା ପତରପେଣ୍ଡି ତଥା ନିର୍ବନ୍ଧ ଉତ୍ସବ । ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଖୋଜା ଯାଇଥିଲା । ବାଜା ବାଣ ରୋଷଣୀ ସହ କନ୍ୟାପିତାଙ୍କ ଘର ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା । ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ ପାଇଁ ମନ୍ଦିରରୁ କନ୍ୟା ଅନ୍ୱେଷଣରେ ଶୋଭାଯାତ୍ରା ବାହାରିଥିଲେ । ଏଥିରେ ସପ୍ତଋ଼ଷି ପଣ୍ଡିତ ମଣ୍ଡଳୀ, ବରପିତା ଓ ସାହି ମୁରବୀ ସାମିଲ ହୋଇଥିଲେ ।

ଚଳିତ ଥର କନ୍ୟାପିତା ହୋଇଥିବା ଗୋଲବଜାରର ଗିରିଶ ପଟେଲ୍ ଏବଂ ହନ୍ସାବେନ ପଟେଲଙ୍କ ଘରକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ କିଛି ସମୟ ପୂର୍ବରୁ ସରିଥିଲା ପତରପେଣ୍ଡି ତଥା ନିର୍ବନ୍ଧ । ଏହି ନିର୍ବନ୍ଧ ପରେ ଆଜି ସଂଧ୍ୟାରେ ଗୁଆଗୁଣ୍ଡା କାର୍ଯ୍ୟକ୍ରମ ହେବ । ପରେ ୪ ତାରିଖରେ ଭୋଳା ବାବାଙ୍କ ବିବାହ ଉତ୍ସବ ତଥା ଶୀତଳ ଷଷ୍ଠୀ ଯାତ୍ରା ହେବ । ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପୂର୍ଣ୍ଣ ଲୋକାଚାରରେ ହେଉଥିବାରୁ ସାଧାରଣ ବିବାହ ଭଳି ରୀତିନୀତିରେ ସବୁକିଛି ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସମସ୍ତେ ।

Leave A Reply

Your email address will not be published.