ଭୁବନେଶ୍ୱର: ଲୁଟ୍ ପାଇଁ ସୀମା ଟପୁଛନ୍ତି ଲୁଟେରା। ମୋବାଇଲ ଟଙ୍କା ପାଇଁ କରୁଛନ୍ତି ଆକ୍ରମଣ। ଆଉ ଏକୁଟିଆ ଥିବେ ଲୋକଙ୍କୁ ଦେଖିଲେ ରାସ୍ତାରେ କରୁଛନ୍ତି ଆକ୍ରମଣ। ଏମିତି ଢଙ୍ଗରେ ଗତ ୧୬ ମେରେ ଭରତପୁର ଥାନା ଘାଟିକିଆ ନିକଟରେ ଜଣେ ଇସ୍କନ ବାବାଙ୍କୁ କରିଥିଲେ ଆକ୍ରମଣ।
ମୋବାଇଲ ପାଇଁ ଇସ୍କନ ବାବା ବିଭୁ ପ୍ରସାଦ ଦାସଙ୍କ ଛାତିକୁ କରିଥିଲେ ଛୁରାମାଡ। ଏପରିକି ଛଟପଟ ହୋଇ ରାସ୍ତାରେ ଗଡୁଥିବା ବେଳେ ଲୁଟେରା ଦୀପକ ପ୍ରଧାନ ଓରଫ କାଳିଆ ମୋବାଇଲ ଓ ଟଙ୍କା ନେଇ ଛୁ ମାରିଥିଲା। ଆଉ ସେହି ମୋବାଇଲକୁ ଜଣେ ବ୍ୟକ୍ତିକୁ ମାତ୍ର ୨ହଜାର ଟଙ୍କାରେ ବିକ୍ରି କରି ଦେଇଥିଲା। ଏହି ଘଟଣାରେ ଭରତପୁର ଥାନା ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଲୁଟେରା ଶାନ୍ତିପଲ୍ଲି ବସ୍ତିର ଦୀପକ ପ୍ରଧାନ ଓ ମୋବାଇଲ କିଣିଥିବା ଦଲାଲ ଶୁଭମ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Comments are closed.