Latest Odisha News

ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ କରି ଜେଲ ଗଲା ସ୍ୱାମୀ

ଭୁବନେଶ୍ୱର : କୁହାଯାଏ ଅନ୍ୟାୟ ଓ ଅତ୍ୟାଚରକୁ ସାମ୍ନା କରିବାକୁ ଯାଇ ଯଦି ଜଣଙ୍କ ସ୍ୱାମୀ ଜେଲ୍ ଯାଏ ତାହେଲେ ସଂପୃକ୍ତ ମହିଳାର ମୁଣ୍ଡ ନଇଁବନି ବରଂ ମୁଣ୍ଡ ଟେକି ସମାଜରେ ଆଖିରେ ଆଖି ମିଶାଇ ଚାଲିବ। ଆଉ ଏଭଳି ସ୍ୱାମୀ ପାଇ ସେହି ମହିଳା ନିଜ କଷ୍ଟକୁ ବୁକୁରେ ଚାପି ଧରି ହିମତଓ୍ୱାଲା ଅର୍ଦ୍ଧାଙ୍ଗୀନିର ପରିଚୟ ଦିଏ । ହେଲେ ଏବେ ସମ୍ପୁର୍ଣ୍ଣ ଓଲଟା ଘଟଣା ଘଟିଛି।

ଏଠି ଜଣେ ସ୍ୱାମୀ ଜେଲ ଯାଇଛି ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ କରି। ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲା, ସାତ ଜନ୍ମର ସାଥି ବୋଲି ସିନ୍ଦୁର ପିନ୍ଧାଇ
ଥିଲା। ସୁରକ୍ଷାର କବଚ ହୋଇ ସାଥ୍ ଦେବ ବୋଲି କଥା ଦେଇଥିଲା। ହେଲେ ସ୍ତ୍ରୀ ସହ ଘର ସଂସାର‌ ଆରମ୍ଭ କରିଥିଲା ସତ । ହେଲେ ସାମାନ୍ୟ ଟଙ୍କା ପାଇଁ ସ୍ୱାମୀ ଯେ ସଇତାନ‌ ପାଲଟିଯିବ ତାହା କେବେ କେହି ସ୍ତ୍ରୀ ସ୍ୱପ୍ନରେ ଭାବି ନଥିଲା।

ନିଜ ସ୍ତ୍ରୀର ନଗ୍ନ ଫଟୋକୁ ବିଚ ବଜାରରେ ନିଲାମ କରିବ ତାହା କେବେ କଳ୍ପନା କରିନଥିଲା ସ୍ତ୍ରୀ। ଆଉ ଏବେ ସ୍ତ୍ରୀର ନଗ୍ନ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ ଅଭିଯୋଗରେ ଗିରଫ ହୋଇଛି ସ୍ୱାମୀ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ସାଇବର ଥାନାକୁ। ଯେଉଁଠି ସ୍ତ୍ରୀର ଅଶ୍ଳୀଳ ଫଟୋକୁ ଫେସବୁକରେ ପୋଷ୍ଟ ଅଭିଯୋଗ ପରେ ସ୍ୱାମୀକୁ ଗିରଫ କରିଛି କମିସନରେଟ ପୋଲିସ।

କେସ ନମ୍ବର କେସ ନମ୍ବର ୩/୨୨ଆଧାରରେ ଭଦ୍ରକ ଅଞ୍ଚଳରୁ ଅଭିଯୁକ୍ତ ସ୍ବାମିକୁ ଆଇପିସିର 383,420,498(A),509, ଆଇଟି ଆକ୍ଟର ଧାରା 67,67(A)ରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।ତେବେ ମହିଳାର ପରିଚୟର ଗୋପନିୟତା ଦୃଷ୍ଟିରୁ ସ୍ବାମିର ତଥା ଅଭିଯୁକ୍ତର ନାମକୁ ଗୋପନ ରଖିଛି କମିଶନରେଟ୍ ପୋଲିସ।

ତେବେ ସୁଚନା ମୁତାବକ ବିଗତ ୬ମାସ ଧରି ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ରହି କାମ କରୁଛନ୍ତି ମହିଳା ଜଣଙ୍କ। ମାସକୁ ମାସ ନିଜ ପରିଶ୍ରମର ଟଙ୍କା ସ୍ୱାମୀଙ୍କ ପାଖକୁ ପଠାଉଥିଲା। ଭଦ୍ରକରେ ରହି ସ୍ୱାମୀ ଜଣେ ପାଇପ ମିସ୍ତ୍ରୀ ଭାବେ କାମ କରି ସ୍ତ୍ରୀ ପଠାଉ ଥିବା ଟଙ୍କାରେ ଅୟସ କରୁଥିଲେ।

ତେବେ ହଠାତ ମହିଳା ଜଣଙ୍କ ପଇସା ପଠାଇବା ବନ୍ଦ କରିଦେଲେ। ଆଉ ସ୍ୱାମୀ ଏନେଇ ଧମକ ଚମକ ଦେଉଥିଲା। ଶେଷରେ ଟଙ୍କା ପାଇ ସ୍ତ୍ରୀକୁ ବଦନାମ କରିବାକୁ ସ୍ତ୍ରୀର‌ ନଗ୍ନ ଫଟୋ ଫେସବୁକରେ ପୋଷ୍ଟ କରିଥିଲା। ଯାହାକୁ ନେଇ ପରିବାର ସମ୍ପର୍କିୟ ଜାଣିବା ପରେ ମହିଳା ଜଣକୁ ଜଣାଇଥିଲେ। ଏନେଇ ଅଭିଯୋଗକାରିଣୀ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ।

Comments are closed.