Latest Odisha News

BREAKING NEWS

ମେଡିକାଲ ସାଇନ୍ସର ଚମତ୍କାରିତା: ଔଷଧରେ ଭଲ ହେଲା କ୍ୟାନସର

ୱାଶିଂଟନ: ମେଡିକାଲ ସାଇନ୍ସକୁ ଆଜି ଏକ ବହୁତ ବଡ ସଫଳତା ମିଳିଛି । ପରୀକ୍ଷଣ ଭାବେ ଔଷଧ ଦ୍ୱାରା କ୍ୟାନସର ରୋଗକୁ ଭଲ କରାଯାଇ ପାରିଛି । ପ୍ରାରମ୍ଭିକ ପରୀକ୍ଷାରେ ଏହି ସଫଳତା ଡାକ୍ତର ଏବଂ ଗବେଷକଙ୍କୁ ଉତ୍ସାହିତ କରିଛି । ଏହାର ପରବର୍ତୀ ପରୀକ୍ଷଣଗୁଡିକ ସଫଳ ହେଲେ କ୍ୟାନସର ସମସ୍ୟାରୁ ଏକ ପ୍ରକାର ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ୧୮ଜଣ କ୍ୟାନସର ରୋଗୀଙ୍କ ଉପରେ ଡୋଷ୍ଟାରଲିମ୍ୟାବ ନାମକ ଔଷଧର ପରୀକ୍ଷଣ କରାଯାଇଥିଲା । ସମସ୍ତ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଯାଇଥିଲେ ।

ଏକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ମୋଲିକ୍ୟୁଲ ଔଷଧରେ ବ୍ୟବହାର କରାଯାଇଛି । ଯାହାକି ବିକଳ୍ପ ଆଂଟିବଡି ଭାବେ କାର୍ଯ୍ୟ କରୁଛି । ଔଷଧ ସେବନ ପରେ ସମସ୍ତ ପ୍ରକାର ସ୍କାନରେ ରୋଗୀଙ୍କ ଶରୀରରୁ କ୍ୟାନସରର ଚିହ୍ନବର୍ଣ୍ଣ ମିଳି ନ ଥିଲା । ତେବେ ଆଗକୁ ଏହା ଉପରେ ଆହୁରି ପରୀକ୍ଷା କରିବା ବାକି ରହିଛି ବୋଲି ସ୍ଲୋଆନ କେଟ୍ଟେରିଙ୍ଗ କ୍ୟାନସର ସେଂଟରର ଡାକ୍ତର ଲୁଇସ ଏଡିଆଜଜେ କହିଛନ୍ତି ।

Leave A Reply

Your email address will not be published.