Latest Odisha News

BREAKING NEWS

[ଭିଡିଓ] କିଛି ଏପରି ଚାଲିଛି ଶିକ୍ଷାଦାନ: ଶୋଇଛନ୍ତି ଶିକ୍ଷୟତ୍ରୀ, ବିଂଚୁଛନ୍ତି ଛାତ୍ରୀ

ଭୁବନେଶ୍ୱର: ସମଗ୍ର ଦେଶରେ ଶିକ୍ଷାଦାନ ଉପରେ ଦିଆଯାଉଛି ବିଶେଷ ଗୁରୁତ୍ୱ । ତଥାପି ପ୍ରତିଦିନ ସାମ୍ନାକୁ ଆସୁଛି ଅଭାବନୀୟ ଖବର ତଥା ଦୃଶ୍ୟ । ଏକ ପ୍ରାଥମିକ ସ୍କୁଲରୁ ଆସିଥିବା ଏହି ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ । ମୋବାଇଲରେ କଏଦ ହୋଇଥିବା ଏହି ଭିଡିଓ ହିଁ ଶିକ୍ଷାଦାନ କ୍ଷେତ୍ରର ବାସ୍ତବ ଚିତ୍ରକୁ ସ୍ପଷ୍ଟ ଭାବେ ସାମ୍ନାକୁ ଆଣିଛି ।

ଭିଡିଓରେ ଜଣେ ଶିକ୍ଷୟତ୍ରୀ ଶୋଇଥିଲାବେଳେ ତାଙ୍କୁ ଜଣେ ଛାତ୍ରୀ ବିଂଚୁଥିବା ଦେଖାଯାଇପାରେ । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ଗତ ଶନିବାର ବିହାର ରାଜ୍ୟର ପଶ୍ଚିମ ଚମ୍ପାରନ୍ ଜିଲ୍ଲା ବଗାହୀ ପୁରୈନା ଗାଁର ସରକାରୀ ପ୍ରାଥମିକ ସ୍କୁଲରେ ଏପରି ଘଟଣା ଘଟିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହେବା ପରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି ।

ଭିଡିଓରେ ଥିବା ଶିକ୍ଷୟତ୍ରୀ ଜଣକ ବବିତା କୁମାରୀ ବୋଲି ଜଣାପଡିଛି । ଘଟଣାକୁ ନେଇ ତାଙ୍କୁ କୈଫିୟତ ମଗାଯିବାରୁ ସେ ଦିନ ତାଙ୍କ ଦେହ ଭଲ ନଥିବାରୁ ସେ ଚେୟାରରେ ଶୋଇପଡିଥିଲେ ବୋଲି ଜବାବ୍ ରଖିଥିଲେ ।

Leave A Reply

Your email address will not be published.