Latest Odisha News

BREAKING NEWS

ଇଡିରେ ହାଜର ହେବା ପାଇଁ ତିନି ସପ୍ତାହ ସମୟ ମାଗିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଇଡି ନିକଟରେ ହାଜର ହେବା ପାଇଁ ଆହୁରି ତିନି ସପ୍ତାହ ସମୟ ମାଗିଛନ୍ତି । କୋଭିଡ ଆକ୍ରାନ୍ତ ଦର୍ଶାଇ ସେ ଅଧିକ ସମୟ ମାଗିଛନ୍ତି ବୋଲି ଏନଡିଟିଭି ଖବର ପ୍ରକାଶ କରିଛି । ନେଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପଚରାଉଚୁରା ପାଇଁ ସମନ ଜାରି କରିଥିଲା ।

ପ୍ରଥମେ ରାହୁଲ ଗାନ୍ଧୀ ଇଡି ନିକଟରେ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ । ରାହୁଲ ବିଦେଶ ଯାତ୍ରାରେ ଥିବାରୁ ଧାର୍ଯ୍ୟ ତାରିଖରେ ସେ ଇଡି ନିକଟରେ ହାଜାର ହୋଇପାରିବେନି ବୋଲି ଚିଠି ଲେଖି ଜଣାଇଥିଲେ ।

ଏବେ ସୋନିଆ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କହି ଅଧିକ ସମୟ ମାଗିଛନ୍ତି । ସେ ଜୁନ୍ ୨ରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଶେଷ କୋଭିଡ ପରୀକ୍ଷାରେ ମଧ୍ୟ ପଜିଟିଜ୍ ରିପୋର୍ଟ ଆସିଛି । ତେଣୁ ସେ ନେଗେଟିଭ୍ ହେବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାଜର ହୋଇପାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.