Latest Odisha News

ଆଇଟିଇଆର ଗ୍ରାଜୁଏଟଙ୍କ ପାଇଁ ଅପର୍ଯ୍ୟାପ୍ତ ପ୍ଲେସମେଣ୍ଟ ସୁଯୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚଳିତ ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୧୯ ବ୍ୟାଚର ଗ୍ରାଜୁଏଟ୍ ମାନଙ୍କ ପାଇଁ ଉତମ ମାନର ପ୍ଲେସ୍ମେଂଟ ସୁଯୋଗ ଆସିଛି । ୨୦୦୦ ମସିହା ଠାରୁ ଆଇଟିଇଆରରୁ ଉତୀର୍ଣ୍ଣ ହୋଇଥିବା ପ୍ରାୟ ୨୫୦୦୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ମାନଙ୍କୁ ସାରା ବିଶ୍ୱରେ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ମିଳିସାରିଛି ।

୨୦୧୯ ବ୍ୟାଚ୍ର ଗ୍ରାଜୁଏଟ୍ ମାନେ ମାଇକ୍ରୋସଫ୍ଟ, ଆମାଜନ୍, ରିଲାୟାନ୍ସ ଇଣ୍ଡଷ୍ଟ୍ରିଜ୍, ବୋସ୍, ଡିଲୋଏଟ, ଆଇବିଏମ, ସିଟିଏସ, ଇନଫୋସିସ୍, ୱିପ୍ରୋ, ହାଇରାଡିଅସ୍, ଟିଭିଏସ ମୋଟର୍ସ, ମୁସିଗ୍ମା ଏବଂ ଟାଟା ଷ୍ଟିଲ୍ ଭଳି ବଡ ବଡ କମ୍ପାନୀରେ ପ୍ଲେସମେଂଟର ସୁଯୋଗ ପାଇଛନ୍ତି । ୨୦୧୯ ବ୍ୟାଚର କ୍ୟାମ୍ପସ ନିଯୁକ୍ତି ଚାଲିଥିବା ବେଳେ ୨୦୨୦ ଗ୍ରାଜୁଏଟ୍ ବ୍ୟାଚ ପାଇଁ ମଧ୍ୟ ଭବିଷ୍ୟତ ଚାକିରୀର ଯୋଜନା ଆରମ୍ଭ ହୋଇଯାଇଛି । ବିଭିନ୍ନ କମ୍ପାନୀ ମାନଙ୍କ ସହିତ ଯୋଗାଯୋଗ କରା ଯାଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ଡେ-ଜିରୋ, ଡେ-ୱାନ ଏବଂ ଡେ-ଟୁ ସ୍ଲଟ୍ ପ୍ୟାକେଜ୍ର ସୁଯୋଗ ନେଇ ବିଭିନ୍ନ କମ୍ପାନୀ ଏହି ଶିକ୍ଷାନୁଷ୍ଠାନକୁ ଆସିବାରେ ଲାଗିଛନ୍ତି ।

ଡେ-ଜିରୋ ସ୍ଲଟ୍ ଦରମା ବାର୍ଷିକ ୧୦ ଲକ୍ଷରୁ ୭୦ ଲକ୍ଷ ଟଙ୍କା (କଷ୍ଟ ଟୁ କମ୍ପାନୀ) ରହିଛି । ଜୁନ ୧୨ ସୁଦ୍ଧା ଆମାଜନ ଓ କୋନିଲ୍ୟାବ୍ସ ଭଳି କମ୍ପାନୀ ସେମାନଙ୍କର ଅନଲାଇନ ଟେଷ୍ଟ ପ୍ରକ୍ରିୟା ଶେଷ କରିସାରିଛନ୍ତି । ସେହିପରି ଆଗକୁ ମାଇକ୍ରୋସଫ୍ଟ, ସିଗମଏଡ, ରାପ୍ୟୁଟା ରୋବୋଟିକ୍ସ ଏବଂ ନ୍ୟୁଟାନିକ୍ସ ଚଳିିତ ମାସ ସେମାନଙ୍କର ଡେ-ଜିରୋ ସ୍ଲଟର ଅନଲାଇନ ଟେଷ୍ଟ ପରିଚାଳନା କରିବାର କାର୍ଯ୍ୟକ୍ରମ ରହିଛି । ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କମ୍ପାନୀ ଗୁଡିକ ସେମାନଙ୍କର ପ୍ୟାକେଜ୍ ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ରଖିଛନ୍ତି ।

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆଇଟି) ଭଳି କମ୍ପାନୀ ୨୦୨୦ ବ୍ୟାଚ୍ର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇଂଟର୍ଣ୍ଣସିପ୍ ଏବଂ ପ୍ରି-ପ୍ଲେସମେଂଟ ଅଫରରେ ନିଯୁକ୍ତି ଦେଇଛନ୍ତି ।
ଇନଫୋସିସ, ୱିପ୍ରୋ, ଟିସିଏସ, ଆଇବିଏମ, ସିଟିଏସ ଏବଂ ଆସେନସର ଭଳି କମ୍ପାନୀ ୨୦୨୦ ବ୍ୟାଚର ଉତୀର୍ଣ୍ଣ ହେଉଥିବା ମେଧାବୀ ଏବଂ କୁଶଳୀ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ପ୍ରାୟ ୮ ରୁ ୧୦ ଲକ୍ଷ ଟଙ୍କାର ଅଫର ଦେବାର ସମ୍ଭାବନା ରହିଛି ।

ଚାକିରୀ ଏବଂ ସମର ଇଂଟର୍ଣ୍ଣସିପ ବିଶ୍ୱବିଦ୍ୟାଳୟର ଏକ ନିୟମିତ କାର୍ଯକ଼୍ରମ ହୋଇଥିବାବେଳେ ସୋଆ କର୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଭବିଷ୍ୟତ ନିର୍ଦ୍ଧାରଣ ଏବଂ କମ୍ପାନୀ ମାନଙ୍କର ପ୍ରତ୍ୟାଶାକୁ ଆଖିରେ ରଖି କାର୍ଯ୍ୟ କରିଥାନ୍ତି । ସୋଆ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଲକ୍ଷ୍ୟ ସ୍ଥଳରେ ପହଂଚାଇବା ସହ ଚାକିରୀ କ୍ଷେତ୍ରରେ ସେମାନେ ଯେପରି ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଇଣ୍ଡଷ୍ଟ୍ରିରେ ତିଷ୍ଠି ପାରିବେ ସେ ନେଇ ସାହାଯ୍ୟ କରିଥାଏ ବୋଲି କହିଛନ୍ତି ସୋଆର ଟ୍ରେନିଂ ଏବଂ ପ୍ଲେସମେଂଟ ବିଭାଗ ମୁଖ୍ୟ ଡ. ସୁଜିତ୍ କୁମାର ଦାଶ ।

ବର୍ତ୍ତମାନର ଇଣ୍ଡଷ୍ଟ୍ରିଆଲ ଟ୍ରେଣ୍ଡ ଅନୁଯାୟୀ ନିଜେ ଶିଖିବାରେ ଆଗ୍ରହ ରଖିବା, ନୈତିକତା, ସଚ୍ଚୋଟ ମନୋଭାବ ଓ ଅନୁଶାସନରେ ରହିବା ନିମନ୍ତେ ଇଚ୍ଛା ହେଉଛି ଭଲ ଚାକିରୀ ହାତେଇବାର ଚାବିକାଠି ଏବଂ ଛାତ୍ରଛାତ୍ରୀମାନେ ପ୍ରସାରିତ ହେଉଥିବା ପ୍ରଯୁକ୍ତି ବିଦ୍ୟା ସହିତ ନିଜକୁ ଖାପ ଖୁଆଇ ପାରିଲେ ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିପାରିବେ ବୋଲି ଡ. ଦାଶ କହିଛନ୍ତି ।

Leave A Reply

Your email address will not be published.