Latest Odisha News

ଜାପାନକୁ ୭-୨ ଗୋଲରେ ପରାସ୍ତ କରି ଭାରତ ଏଫଆଇଏଚ ଫାଇନାଲରେ

ଭୁବନେଶ୍ୱର: ଭାରତର କ୍ରୀଡ଼ା କ୍ୟାପିଟାଲ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଏଫଆଇଏଚ ଫାଇନାଲ୍ସ ପ୍ରତିଯୋଗିତାର ସେମିଫାଇନାଲରେ ଜାପାନକୁ ୭-୨ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ଅଲିମ୍ପିକ୍ସରେ ପ୍ରବେଶ କରିବାକୁ ଭାରତର ଟିକଟ ଏକରକମ ପକ୍ମା ହୋଇଥିବା ସୂଚନା ମିଳିଛି ।

ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଘରୋଇ ଦର୍ଶକଙ୍କ ଅଦ୍ଭୁତପୂର୍ବ ସମର୍ଥନ ବଳରେ ଭାରତୀୟ ଦଳ ମ୍ୟାଚ ଆରମ୍ଭରୁ ଜାପାନ ବିପକ୍ଷରେ ବେଶ୍ ଲଢୁଆ ଖେଳ ପ୍ରଦର୍ଶନ କରିଥିବାର ଦେଖାଯାଇଥିଲା । ତେବେ ମ୍ୟାଚ ଆରମ୍ଭ ହେବାର ୨ ମିନିଟରେ ଜାପାନ ଏକ ଗୋଲ ଦେଇ ଭାରତୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିଲା । ଖେଳର ୭ ମିନିଟରେ ହରମନପ୍ରୀତ ସିଂହ ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ଏହାପରେ ବରୁଣ କୁମାର ୧୪ ମିନିଟରେ ଆଉ ଏକ ଗୋଲ ଦେବା ଫଳରେ ଭାରତ ଅଗ୍ରଣୀ ଲାଭ କରିପାରିଥିଲା ।

ଭାରତ ପକ୍ଷରୁ ରମଣଦୀପ ସିଂହ ୨ଟି ଏବଂ ହାର୍ଦ୍ଦିକ ସିଂହ, ଗୁରୁସାହିବ ସିଂହ, ବିବେକ ସାଗର ଗୋଟିଏ କରି ଗୋଲ୍ ସ୍କୋର କରିଥିଲେ ।

ରମଣଦୀପ ସିଂହଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଛି ।

Leave A Reply

Your email address will not be published.