Latest Odisha News

BREAKING NEWS

ବ୍ରହ୍ମପୁରରେ ‘ଅଗ୍ନିପଥ’କୁ ତୀବ୍ର ବିରୋଧ

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ମଧ୍ୟ ଏହାର ପ୍ରଭାବ ପଡିଛି। ବିଭିନ୍ନ ସଂଗଠନ ଏବଂ ସେନାରେ ନିଯୁକ୍ତି ଆଶାୟୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

 

ପୂର୍ବାହ୍ନରେ ବହୁ ସଂଖ୍ୟକ ସେନା ଆଶାୟୀ ଏବଂ ଛାତ୍ର କଂଗ୍ରେସର ସଦସ୍ୟ ମାନେ ସ୍ଥାନୀୟ ମେଡ଼ିକାଲ ପଡ଼ିଆରେ ଏକାଠି ହୋଇଥିଲେ। ସେଠାରୁ ଏକ ବଡ଼ ଶୋଭାଯାତ୍ରାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

 

ସେନାରେ ୪ ବର୍ଷୀୟ ନିଯୁକ୍ତିକୁ ନିନ୍ଦା କରିଥିଲେ। କେନ୍ଦ୍ରର ମୋଦି ସରକାର ଦେଶର ଯୁବପିଢିଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରାଯିବା ସହ ତୁରନ୍ତ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

Comments are closed.