ଭୁଵନେଶ୍ଵର: ସେନାରେ ୪ଵର୍ଷିଆ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିଵା ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାଵିରେ ଅଖିଳ ଭାରତ ଛାତ୍ର ସଂଘ ,ଏଆଇଏସ୍ଏଫ୍ ପକ୍ଷରୁ ଓଡିଶା ଵିଧାନ ସଭା ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି।୨୦୧୯ ପରଠାରୁ ସେନାରେ ନିଯୁକ୍ତି ଵନ୍ଦ ଥିଵା ଵେଳେ କରୋନା ପୁର୍ଵରୁ ଖାଲିଥିଵା ପଦଵୀ ପୁରଣ ନିମନ୍ତେ ଏପର୍ଯ୍ଯନ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯାଇ ନାହିଁ।ସେନା ଵାହିନୀରେ ଏକ ଲକ୍ଷ ୨୫ହଜାର ପଦଵୀ ଖାଲି ଥିଲେ ସୁଧା ସେହି ପଦଵୀ ପୁରଣ ପରିଵର୍ତ୍ତେ, ଅଗ୍ନୀପଥ ଯୋଜନା ନାମରେ ମାତ୍ର ୪ଵର୍ଷ ନିମନ୍ତ ଠିକାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ରାଷ୍ଟ୍ରର ପ୍ରତିରକ୍ଷା ଵ୍ଯଵସ୍ଥାକୁ ଦୁର୍ଵଳ କରାଇଵାର ସୁଯୋଗ ସୃଷ୍ଟି କରିଛି। ସୂଚନା ଯୋଗ୍ଯ ଯେ ଏହି ଯୋଜନା ଘୋଷଣା ପୁର୍ଵରୁ ଵରିଷ୍ଠ ସେନା ଅଧିକାରୀ ମାନଙ୍କୁ ପୁନଃ ନିଯୁକ୍ତି କରାଯାଇଛି। ଅଗ୍ନୀପଥ ଯୋଜନା ଅନୁସାରେ ୪ଵର୍ଷ ସେନାରେ କାର୍ଯ୍ଯ କରିଵା ପରେ ୭୫%ରୁ ଉର୍ଦ୍ଧ୍ଵ ଅଗ୍ନୀଵୀରଙ୍କୁ ଚାକିରୀରୁ ଵାହାର କରିଦିଆଯିଵା ଵେଳେ ସେମାନଙ୍କୁ ସ୍ଥାୟୀ ସେନା କର୍ମଚାରୀଙ୍କୁ ମିଳୁଥିଵା କୌଣସି ସୁଵିଧା ସୁଯୋଗ ଅଗ୍ନୀଵୀରମାନଙ୍କୁ ମିଳିଵ ନାହିଁ। ସେନାରୁ ଵିଦାହୋଇଥିଵା ଏହି ୭୫% ଅଗ୍ନୀଵୀରମାନଙ୍କର ଅନିଶ୍ଚିତ ଭଵିଶ୍ଯତର ସୁଯୋଗ ଆତଙ୍କଵାଦୀ ଓ ଉଗ୍ରପନ୍ଥୀ ସଂଗଠନମାନେ ନେଵାର ଦ୍ଵାର ଉନ୍ମୁକ୍ତ କରିଵ। ଏହା ଦେଶର ସାର୍ଵଭୌମତ୍ଵ ଓ ଆଭ୍ଯନ୍ତରୀଣ ନିରାପତ୍ତା ପ୍ରତି ଏକ ଆହ୍ଵାନ ଭାଵେ ଉଭା ହେଵ। ଭାରତୀୟ ସେନାକୁ ଦୁର୍ଵଳ କରି ଅମ୍ଵାନୀ-ଆଦାନୀଙ୍କ ଭଳି ପୁଞ୍ଜିପତିଙ୍କ ନିଜସ୍ଵ ମାଲିକାନାର ସେନାଵାହିନୀ ଗଠନ ପାଇଁ ସହାୟକ ହେଵ। ସମସ୍ତ ରାଷ୍ଟ୍ରୀୟ ସମ୍ଵଳ ଯଥା ରେଳ, ପ୍ରତିରକ୍ଷା ଉତ୍ପାଦନ ଶିଳ୍ପ, ଵୀମାନ ଵନ୍ଦର, ଵନ୍ଦର, ପୋତାଶ୍ରୟ, ଭାରତୀୟ ଜୀଵନ ଵୀମା, ଵ୍ଯାଙ୍କ, GAIL, HAL, BHEL, SAIL ଇତ୍ଯାଦିକୁ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଲାଭ ଲୋଭ ଚରତାର୍ଥ କରିଵା ପାଇଁ ଵିକ୍ରୀ କରି ଦେଇଥିଵା ସ୍ଥଳେ ସ୍ଥାୟୀ ନିଯୁକ୍ତିର ସମସ୍ତ ଦ୍ଵାର ଵନ୍ଦ କରି ଦିଆ ଯାଇଛି। ସରକାର ଵାର୍ଷିକ ୨କୋଟି ନିଯୁକ୍ତିର ପ୍ରତିଶୃତି ଦେଇ ୧୨କୋଟି ନିଯୁକ୍ତି ସମାପ୍ତ କରି ୪୫ ଵର୍ଷର ସର୍ଵକାଳୀନ ଵେରୋଜଗାରୀ ରେକର୍ଡ଼ ସୃଷ୍ଟି କରିଛନ୍ତି।ନିଯୁକ୍ତି ଦେଵାରେ ଅକ୍ଷମ ସରକାର ଏହି ରାଷ୍ଟ୍ର ସ୍ଵାର୍ଥ ଵିରୋଧୀ ଅଗ୍ନୀପଥ ଯୋଜନା ପାଇଁ ସମଗ୍ର ଦେଶରେ ପ୍ରତିଵାଦର ନିଆଁ ଜଳୁଛି।ତେଣୁ ଅଗ୍ନୀପଥ ଯୋଜନା ପ୍ରତ୍ଯାହାର କର,କରୋନା ପୁର୍ଵରୁ ସେନାରେ ନିଯୁକ୍ତି ପାଇଁ ସେନାରେ ମନୋନିତ ପ୍ରାର୍ଥୀଙ୍କଵୟସସୀମା କୋହଳ କରି ଅଵିଳମ୍ଵେ ନିଯୁକ୍ତି ଦିଆଯାଉ, ଠିକା ନିଯୁକ୍ତି ପ୍ରଥା ଵନ୍ଦ କର,ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଖାଲିଥିଵା ପଦଵୀରେ ଅଵିଳମ୍ଵେ ନିଯୁକ୍ତି ଦିଅ,ଅଵସର ପରେ ସମସ୍ତଙ୍କୁ ପେନସନ ଦିଅ,ଆଦାନୀ-ଆମ୍ଵାନୀଙ୍କ ନିଜସ୍ଵ ସେନାଵାହିନୀ ପାଇଁ ସହାୟତା ଵନ୍ଦ କର ଦାଵିରେ ଏହି ଆନ୍ଦୋଳନ ହୋଇ ଅଛି। ଏହି ପୃଷ୍ଠଭୁମିରେ ଏଆଇଏସ୍ଏଫ୍ ପକ୍ଷରୁ ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାଵିରେ ଦେଶ ଵ୍ଯାପୀ ଆନ୍ଦୋଳନ ଚାଲିଥିଵା ଵେଳେ ଆଜି ଓଡିଶା ଵିଧାନସଭା ସମ୍ମୁଖରେ ଆନ୍ଦୋଳନ ଅନୁଷ୍ଠିତ ହୋଇଅଛି।ଏହି ଆନ୍ଦୋଳନକୁ ଵିଭିନ୍ନ ଵାମପନ୍ଥୀ,ଗଣତାନ୍ତ୍ରୀକ ଓ ସାମାଜିକ ସଂଗଠନର ନେତୃଵୃନ୍ଦ ସମର୍ଥନ ଜଣାଇ ସାମିଲ ହୋଇଥିଲ।ଏଆଇଏସ୍ଏଫ୍ ଓଡିଶା ରାଜ୍ଯ ସଭାପତି ସଂଘମିତ୍ରା ଜେନା, ସମ୍ପାଦକ କାହ୍ନୁ ଚରଣ ଲେଙ୍କା, ଵିଵେକ କୃଷ୍ଣ,ଦୀନେଶ ରଞ୍ଜନ, ଶୁଭ୍ରା ରାଣୀ ସାହୁ,ମନୋଜ କୁମାର କର,ଜୀଵନ ଵନ୍ଧୁ ଭୋଇ, ଦେଵ ଵ୍ରତ ଵେହେରା,ମଳୟ ପଣ୍ଡା, ନାରାୟଣ ଵେହେରା, ସୁଚିସ୍ମୀତା ଜେନା, ସାଶ୍ଵତ ପତି ପ୍ରମୁଖ ନେତୃତ୍ଵ ନେଇଥିଵା ଵେଳେ ସମେତ ଶତୀଷ ମିଶ୍ର, ଵିଶ୍ଵ ପ୍ରିୟ କାନୁନଗୋ,ନରେନ୍ଦ୍ର ମହାନ୍ତି, ଶଙ୍କର୍ଷଣ ଵାରିକ, ଅରୁଣ ଜେନା,ଶୁଭେନ୍ଦୁ ଜେନା ଜ୍ଯୋତି ରଞ୍ଜନ ମହାପାତ୍ର, ଅଶୋକ ସାହୁ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହୋଇଥିଲେ।
BREAKING NEWS
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ

Comments are closed.