ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେସ ଅଲିମ୍ପିଆଡର ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି । ତାମିଲନାଡୁର ମହାବଳରପୁରମରେ ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଆନ୍ତର୍ଜାତୀୟ ଚେସ ସଂଘର ସଭାପତି ଆରକାଡୀ ଡୋଭରକୋଭିଚ ଏହି ମଶାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରିଥିଲେ । ମୋଦି ଏହାକୁ ମହାନ ସେ ଖେଳାଳି ବିଶ୍ୱନାଥନ ଆନନ୍ଦଙ୍କୁ ଦେଇଥିଲେ । ଚେସ ନିଜ ଜନ୍ମ ସ୍ଥାନରୁ ବାହାରି ସମଗ୍ର ବିଶ୍ୱରେ ଛାପ ଛାଡିଥିବାରୁ ଆମେ ଗର୍ବିତ ବୋଲି ମୋଦି ଏହି ଅବସରରରେ କହିଥିଲେ ।
ଏହା ପରେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ୪୦ ଦିନରେ ୭୫ ସହରକୁ ଏହି ଶୋଭାଯାତ୍ରା ଯିବ । ବିଭିନ୍ନ ସ୍ଥାନରେ ଗ୍ରାଣ୍ଡମାଷ୍ଟରମାନେ ଏହି ରିଲେକୁ ସ୍ୱାଗତ କରିବେ । ୧୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଭାରତରେ ଏହି ମେଗା ଇଭେଂଟ ଆୟୋଜିତ ହେବାକୁ ଯାଉଛି । ଏଥିରେ ୧୮୮ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ । େ
Comments are closed.