Latest Odisha News

BREAKING NEWS

ଛୁଆ ପାଇଁ ଛଅ ଦିନ ନାକେଦମ, ସିଡବ୍ଲ୍ୟୁସି କହିବ କାହା ପାଖରେ ରହିବ

ଭୁବନେଶ୍ୱର: ଛୁଆ ପାଇଁ ଛଅ ଦିନ ନାକେଦମ। ଶେଷରେ ଉଦ୍ଧାର ହୋଇଛି କୁନି ଝିଅ। ବସ୍ତିରେ ଭାବ ବିହ୍ୱଳ ପରିବେଶ। ପାଳିତ ମା’କୁ ଛାଡିବାକୁ ଛୁଆ ନାରାଜ। ଶେଷରେ ଆଇନ ବଳରେ ଛୁଆ ଉଦ୍ଧାର ହୋଇଛି। କମିଶନରେଟ ପୋଲିସ ସହାୟତାରେ ଉଦ୍ଧାର କରିଛି ଚାଇଲଡ ଲାଇନ। ତେବେ ଉଦ୍ଧାର ପରେ ଏବେ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଛୁଆଟି ଫେରିବ କାହା କୋଳକୁ, ଜନ୍ମକଲା ମା’ର କୋଳକୁ ନା ପାଳନ କରିଥିବା ମା’ କୋଳକୁ ।ଯାହାକୁ ନେଇ ସିଡବ୍ଲ୍ୟୁସି କରିବ ବିଚାର। ଏ ନେଇ ଛୁଆଟି ସର୍ଟ ଷ୍ଟେ ହୋମକୁ ପଠାଯାଇଥିବା ବେଳେ ଚାଇଳ୍ଡ ଲାଇନର ତତ୍ୱାବଧାନରେ ଏବେ ରହିବ। ହେଲେ ଛୁଆର ହକଦାର କିଏ ହେବ ସେ ନେଇ ବିଚାର‌ ହେବ। କାରଣ ଆଇନ କହୁଛି ଛୁଆ ପ୍ରତି କୋଣସି ଅବହେଳା ହେଲେ ୧୮ବର୍ଷ ପର୍ଯ୍ୟନ୍ତ ଛୁଆ ହେଉଛି ସରକାରଙ୍କର। ଅର୍ଥାତ ସରକାରଙ୍କ ରହିଥିବା ଚାଇଲ୍ଡ ଓ୍ବେଲଫେୟାର କମିଟି ବିଚାର କରିବ କାହିଁକି ଛୁଆଟିର ଅବହେଳା ହେଲା।

ଜନ୍ମକଲା ମା’ ବାପା ପାଖରୁ କିପରି ଗଲା ପାଳନ କରୁଥିବା ବାପା ମା ପାଖକୁ। ଯଦି ପିଲାର ଲାଳନ ପାଳନରେ ବାପା ମା’  ସକ୍ଷମ ନୁହେଁ ତେବେ ପିଲାଟି ହୁଏତ ସିଡବ୍ଲୁସିର ନିର୍ଦ୍ଦେଶ ଆଧାରରେ କେଉଁଠିକୁ ଯିବ ତାହା ବିଚାର କରାଯିବ। ଅନ୍ୟଟି ହେଲା ପାଳନ କରୁଥିବା ବାପା ମା’ବି ପିଲାର ହକଦାର ହୋଇପାରିବେନି। କାରଣ ଜୁଭେନାଇଲ ଜଷ୍ଟିଷ ଆକ୍ଟର ଧାରା ୮୦ ଅନୁସାରେ ବିନା ଅନୁମତିରେ ଅନ୍ୟର ଛୁଆକୁ ନେଇ ରଖିବା ବା ପାଳନ କରିବା ଆଇନ ଦଣ୍ଡଗତ ଅପରାଧ ଅଟେ। ତେଣୁ ଏ ଦିଗରେ ସଭିଏଁ ଅବଗତ ହେବା ଦରକାର। ଏନେଇ ସିଡବ୍ଲୁସି ଆଗରେ ଛୁଆଟି ଉପସ୍ଥାପନ ହେବା ପରେ ନିଷ୍ପତି ନେବେ ଛୁଆ କାହା ପାଖରେ ରହିବ, କିଏ କରିପାରିବ ଲାଳନ ପାଳନ।

ତେବେ ଗତ ୧୪ତାରିଖରୁ ଛୁଆଟିକୁ ପାଇବାକୁ କେନ୍ଦ୍ରାପଡା ମାର୍ଶାଘାଇର ବାପା ସନ୍ତୋଷ ପ୍ରଧାନ ଓ ମା ମନ୍ଦନ୍ଦରି ପ୍ରଧାନ ଉଭୟ ପ୍ରଥମେ ମଞ୍ଚେଶ୍ୱର ଥାନା ପୋଲିସ ଓ ପରେ ଚାଇଲ୍ଡ ଲାଇନ ଓ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କର ଅଭିଯୋଗ ରହିଥିଲା ପୂର୍ବରୁ ସେ ରହୁଥିବା ଘର ମାଲିକ ତାଙ୍କ ଛୁଆକୁ ରଖି ଫେରାଉନାହିଁ।

ଏପରିକି ଆଉ ଫେରାଇବ ନାହିଁ ବୋଲି ଧମକ ଦେଉଥିବା ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଧାରରେ ଛୁଆକୁ ଉଦ୍ଧାର କରିବା ପାଇଁ ଛଅ ଦିନ ପରିଶ୍ରମ କରିବା ପରେ ଶେଷରେ ଉଦ୍ଧାର ହୋଇଛି ଶିଶୁ । ଆଉ ପାଳନ କରୁଥିବା ବାପା ଓ ମା ଛୁଆକୁ ତାର ଜନ୍ମକଲା ବାପା ଆଣି ଦେଇଥିବା ଅଭିଯୋଗ ଆଣିଛନ୍ତି । ଛୋଟ ଛୁଆଟି ବୋଲି ଦୁଇ ବର୍ଷରୁ ତାକୁ ଲାଳନ ପାଳନ କିରିଥିବାରୁ ଛୁଆଟିକୁ ଛାଡିବା ପାଇଁ ଚାହୁଁନଥିବା କହିଥିଲେ ପାଳିତ ବାପା ଓ ମା।

Leave A Reply

Your email address will not be published.