Latest Odisha News

BREAKING NEWS

ପୁଟିନଙ୍କ ସହ ମୋଦୀ ଟେଲିଫୋନରେ କଥା ହେଲେ

ନୂଆଦିଲ୍ଲୀ:  ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା ରାଷ୍ଟ୍ରପତି ପୁଟିନଙ୍କ ଡିସେମ୍ବର, ୨୦୨୧ରେ ଭାରତ ଗସ୍ତ ବେଳେ ନିଆଯାଇଥିବା ନିଷ୍ପତ୍ତିଗୁଡିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା କରିଥିଲେ । ବିଶେଷତଃ କୃଷି ସାମଗ୍ରୀ, ସାର ଓ ଔଷଧୀୟ ସାମଗ୍ରୀ କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ ମତ ବିନିମୟ କରିଥିଲେ ।

ଦୁଇ ନେତା ଆନ୍ତର୍ଜାତିକ ଶକ୍ତି ଓ ଖାଦ୍ୟ ବଜାରର ସ୍ଥିତି ସମେତ ବିଭିନ୍ନ ବୈଶିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ୟୁକ୍ରେନରେ ଜାରି ରହିଥିବା ସ୍ଥିତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆଲୋଚନା ଓ କୂଟନୀତି ସପକ୍ଷରେ ଭାରତର ଦୀର୍ଘସ୍ଥାୟୀ ଦୃଷ୍ଟିକୋଣକୁ ଦୋହରାଇ ଥିଲେ । ଉଭୟ ନେତା ବିଶ୍ୱ ଓ ଦ୍ୱିପାକ୍ଷିକ ପ୍ରସଙ୍ଗରେ ନିୟମିତ ଆଲୋଚନା ଜାରି ରଖିବାକୁ ସହମତ ହୋଇଥିଲେ ।

Leave A Reply

Your email address will not be published.