Latest Odisha News

BREAKING NEWS

ବାଲିଘାଟରେ ବୁଲିଲା ଖଣ୍ଡା, ବୁଲେଟରେ ଆସି ହାଣିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବିଗୁଡ଼ୁଛି ଆଇନ୍ ଶୃଙ୍ଖଳା ପରିସ୍ଥିତି । ରକ୍ତରଞ୍ଜିତ ହୋଇଛି ବାଲିଘାଟ । ବୁଲେଟରେ ଆସି ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ବାଲିଘାଟରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲିପାଟଣା ଥାନା ତରାକାଜ ବ୍ରିଜ୍ ଉପରେ ଦୁର୍ବୃତ୍ତ ବାଲି ବ୍ୟବସାୟୀଙ୍କୁ ଆକ୍ରମଣ କରିଛନ୍ତି । ବୁଲେଟରେ ୪ ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିବା ଜଣାପଡ଼ିଛି ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ବାଲିଘାଟ ବ୍ୟବସାୟୀ ବାପି ଜେନା ଗୁରୁତର ହୋଇ ପଡ଼ିଛନ୍ତି । ତାଙ୍କ ବେକ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଲିଘାଟ ଟେଣ୍ଡରଫିକ୍ସି କିମ୍ବା ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ବାଲିପାଟଣା ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୋଲିସ ଖବର ପାଇ ତଦନ୍ତ କରୁଛି ।

Leave A Reply

Your email address will not be published.